ରାୟଗଡାରେ ଜିଲ୍ଳାସ୍ତରୀୟ ରଜ ପର୍ବ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ସଂସ୍କୃତି ପରିଷଦ ତରଫରୁ ରଜ ପର୍ବ-୨୦୨୨ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଳା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରୀ ସଭା ପରିଚାଳନା ପୂର୍ବକ କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦ୍ଦେଶ୍ୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଓଡିଶାର ଗଣ ପର୍ବ ରଜ ଉତ୍ସବକୁ ସାରା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି । କୁଆଁରୀ ଝିଅ ମାନେ ଦୋଳି ଖୋଳିବା ଠାରୁ ଆରମ୍ଭ କରି ତିନି ଦିନ ଧୁମଧାମରେ ଏହି ଉତ୍ସବକୁ ଗ୍ରାମାଂଚଳରେ ପାଳନ କରୁଥିବା ବେଳେ ଏହି ଉତ୍ସବଟି ସହରାଂଚଳରେ ଏକ ପ୍ରକାର ବିଲୁପ୍ତ ହୋଉଥିବାରୁ ଏହାକୁ ଉଦଜୀବିତ ରଖିବା ପାଇଁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଏହା ଏକ ଅଭିନବ ପ୍ରୟାସ ବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା ପ୍ରକାଶ କରିଥିଲେ ।

Udyog Nursery
Udyogi Nursery


ଆଜି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସେଂଚ୍ୟୁରିଆନ ବିଶ୍ୱ ବିଦ୍ୟାଳୟର ନିର୍ଦ୍ଦେଶକ ରାଜେଶ ପାଢୀ, ଅମୂଲ୍ୟରତ୍ନ ସାହୁ ପ୍ରମୁଖ ଉପସ୍ଥିତ ରହି ରଜ ଉତ୍ସବ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ ।

ସେଂଚ୍ୟୁରିଆନ୍ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ, ମହିଳା ଓ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ପାରମ୍ପରିକ ଲୋକ ନୃତ୍ୟ, ମ୍ୟୁଜିକ୍ ଚେୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିବା ବେଳେ ଦୋଳି ଖେଳି ସେମାନେ ବହୁତ ଉତ୍ସାହିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଗାୟକ ପ୍ରଶାନ୍ତ କୁମାର ନାଏକ ମଂଚ ପରିଚାଳନା କରିଥିବା ବେଳେ ଗାୟତ୍ରି କଳା ସଂସ୍କୃତି, ରାୟଗଡାର କଳାକାରମାନେ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.