ରକ୍ତ ଯୋଗାଡ଼ କଲେ ସମାଜସେବୀ ପ୍ରୀତି ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଅନେକ ସମୟରେ ରକ୍ତର ଅଭାବ ରହୁଥିବା ପରିଲକ୍ଷିତ ହୋଇଛି । ଓଡିଶା ମୋ ପରିବାର ପକ୍ଷରୁ ଏହି ଅଭାବକୁ ପୂରଣ କରିବା ପାଇଁ ଅନବରତ ଚେଷ୍ଟା କରାଯାଉଛି । ତେବେ ଏହି ଡାକ୍ତରଖାନାର ମହିଳା ଭେଷଜ ବିଭାଗରେ ଭର୍ତ୍ତି ହୋଇଥିବା ହରିପ୍ରିୟା ପଧାନଙ୍କୁ ଓ ପୋଜିଟିଭ ରକ୍ତ ଜରୁରୀ ଥିଲା। ଏହି କ୍ରମରେ ଯୁବଲେଖକ ଡିଲେଶ୍ବର ରଣାଙ୍କ ଫୋନ ମାଧ୍ୟମରେ ଅନୁରୋଧ ହେତୁ ସମାଜସେବୀ ତଥା ସ୍ୱାଗତ ଆଇଟିସିର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ ତୁରନ୍ତ ଗୋଟିଏ ‘ଓ ପଜିଟିଭ (O+ve) ରକ୍ତଦାତାଙ୍କୁ ଆଣି ରକ୍ତଦାନ କରାଇଥିଲେ । ରକ୍ତଦାନ କରିଥିବା ୟେଷ୍ଟେମ ପ୍ରାଇଭେଟ ସୋଲ୍ୟୁସନରେ କାର୍ଯ୍ୟରତ ସନ୍ତୋଷ ସାହୁ । ସମାଜସେବୀ ପ୍ରୀତି ପଟ୍ଟନାୟକ ଓ ରକ୍ତଦାତାଙ୍କ ଏହି ମହତ କାର୍ଯ୍ୟ ପାଇଁ ପରିବାର ଲୋକେ ପରିବାର ଲୋକ ଧନ୍ୟବାଦ ଜଣେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.