✍🏾ଡୁଇଟି ଡେଭିଡ ଫିଲିପ
ଚାହିଁନଥିଲି ଦେବାକୁ ତୋତେ,
ପ୍ରେମ, ଯୌବନ ଥିଲା ମୋ ବକ୍ଷ, ବୁକୁ ଓ ଗଭାରେ,
ଗାଉଁଲି ଝିଅ, ଅପାଠୁଆ, ଭାବୁ ଥିଲି ମୋତେ ଜାଣିନି କିଏ,
ଧନୀ ମୁଁ, ପୋତା ଧନ ମୋ ଗର୍ଭ,
ବକ୍ଷ ଓ ମୁଁହ ଥିଲା ସୁନ୍ଦର କେତେ।
ନାରୀ, ଅବିବାହିତା, ଗର୍ଭରେ ଧନ,
ବାହାନା ତୁମର କରିବ ଫଳକୁ ସନ୍ତାନ,
ଦେବାକୁ ଚାହୁଁନି ତାକୁ ସେ ମୋ ଜୀବନ,
ତୁମେ ନା ଦେଇଛ ତାକୁ ବାକ୍ସାଇଡ ଓ ମୋତେ ଲାଞ୍ଜିଗଡ।
କାହାକୁ ନାଲିଶ କରିବି ?
ତୁମେ ସବୁମିଶି ଗ୍ୟାଙ୍ଗ ରେପ୍ କରିଛ ।
ମୁଁ ଗୁହାରି କରିବି ଯାହାକୁ,
ତୁମେ କହୁଛ,
ମୁଁ ଘଇତା କରିଛି ତାହାକୁ !
(ବିଷମକଟକରେ, ଲାଞ୍ଜିଗଡ ଦେଇ ବସ ଯାତ୍ରା ପରେ)