ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ରାୟଗଡ ଗସ୍ତ

ସ୍ୱାମୀତ୍ୱ ଯୋଜନାର ଡ୍ରୋନ୍‍ ମାଧ୍ୟମରେ ସର୍ଭେ କାର୍ଯ୍ୟ ନିରୀକ୍ଷଣ କଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ରାୟଗଡ ଜିଲ୍ଲାକୁ ଗସ୍ତ କରି ଗତକାଲି ”ସ୍ୱାମୀତ୍ୱ” ପ୍ରୋଜେକ୍ଟର ସମୀକ୍ଷା କରିଥିଲେ । ସର୍ବ ପ୍ରଥମେ ରାୟଗଡ ତହସିଲ ଅନ୍ତର୍ଗତ ହାଲୁଆ ଗ୍ରାମପଞ୍ଚାୟତରେ କୋଡାପାଡି ଗ୍ରାମକୁ ଯାଇ ଡ୍ରୋନ୍‍ର ଉଡାଣ ଓ ତାହା ମାଧ୍ୟମରେ ସର୍ଭେ କାର୍ଯ୍ୟ ନିରୀକ୍ଷଣ କରିଥିଲେ । ରାୟଗଡା ଜିଲ୍ଲାପାଳ ସ୍ୱଧା ଦେଵ ସିଂହ ଓ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଉପସ୍ଥିତ ଥିଲେ । ସ୍ୱାମୀତ୍ୱର ଅର୍ଥ ହେଉଛି ସର୍ଭେ ଅଫ୍ ଭିଲେଜେସ୍ ଏଣ୍ଡ ମେପିଙ୍ଗ୍ ୱିଥ୍ ଇମ୍ପ୍ରୋଭାଇଜଇଡ୍ ଟେକ୍ନୋଲୋଜି ଇନ୍ ଭିଲେଜ ଏରିଆ ଏହି ସର୍ଭେ ଅତ୍ୟାଧୂନିକ ଶୈଳୀରେ ଡ୍ରୋନ୍‍ ମାଧ୍ୟମରେ କରାଯାଉଅଛି । ରାଜ୍ୟରେ ରାୟଗଡ ଜିଲ୍ଲାରେ ଏହାକୁ ପାଇଲଟ ପ୍ରଜେକ୍‍ଟ ହିସାବରେ ନିଆଯାଇଅଛି । ଏଥି ପାଇଁ ସମସ୍ତ ତହସିଲରେ ଓଡିଶା ସ୍ପେଶାଲ ସର୍ଭେ ଏଣ୍ଡ ସେଟେଲମେଣ୍ଟ ଏକ୍ଟ -୨୦୧୨ ଅନୁସାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାୟଗଡ ଭଳି ଏକ ଜଙ୍ଗଲ ଓ ପାର୍ବତ୍ୟାଞ୍ଚଳ ପାଇଁ ଏହି ସର୍ଭେ ବହୁତ ଉପଯୋଗୀ ଓ ନିର୍ଭୁଲଯୋଗ୍ୟ । ଜିଲ୍ଲା ପ୍ରଶାସନକୁ ତୁରନ୍ତ ସର୍ଭେ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗ୍ରାମକଷ୍ଠ ପରମ୍ୱୋକ, ସରକାରୀ ଜମି ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଗ୍ରାମାଞ୍ଚଳର ସମସ୍ତ ଆବାଦୀ ଅଞ୍ଚଳକୁ ଏଥିପାଇଁ ନିଆଯାଇଅଛି । ଏ ପର୍ଯ୍ୟନ୍ତ ଗୁଡାରି, ପଦ୍ମପୁର, ଗୁଣୁପୁର, ମୁନିଗୁଡା ଓ ରାୟଗଡା ଭଳି ୫ଟି ତହସିଲରେ ୭୭୮ ଗ୍ରାମରେ ଡ୍ରୋନ୍‍ ଉଡାଣ କାର୍ଯ୍ୟ ସରି ରେକର୍ଡ ପ୍ରସ୍ତୁତ କାମ ଚାଲିଅଛି । ପ୍ରାଥମିକ ପର୍ଯ୍ୟାୟରେ ଗୁଡାରି ତହସିଲରେ ୧୩ଟି ଗ୍ରାମର ୩୧୨ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ସରିଅଛି । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ତହସିଲଦାର ରାୟଗଡ ତାପସ କୁମାର ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.