ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ପକ୍ଷରୁ ଆଜି ଡ଼. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି । ନର୍ଲା ଜିତୁ ଚାନ୍ଦ ମାର୍କେଟ କମ୍ପ୍ଲେକ୍ସରେ ବିଜେପି ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲଙ୍କ ଅଧ୍ୟକ୍ଷତାରେ ଏହି ବଳିଦାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଯୁବନେତା ମନ୍ମୟ (ଜିତୁ) ଚାନ୍ଦ ଯୋଗଦାନ କରି ଡ଼. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ଫଟୋରେ ଦୀପଜାଳି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଭାପତି ଶ୍ରୀ ଜାଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କର ସ୍ମୃତି ଚାରଣ କରିଥିଲେ । ମୁଖ୍ୟ ବକ୍ତା ଭାବରେ କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ ଯୋଗଦାନ କରି ବଳିଦାନ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପର୍ଶୁରାମ ପଣ୍ଡା, ଲକ୍ଷ୍ମଣ ଦୀପ, ସଞ୍ଜୟ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।