ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ମ.ରାମପୁର ଠାରେ ଔଷଧ ବ୍ୟବସାୟୀ ସଂଘ ସଦସ୍ୟଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ସଂପାଦକ ଆଶୋକ କୁମାର ରାଉତ ଯୋଗ ଦେଇ ସଂଘର ଆଗାମୀ ଦିନର କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରିଥିଲେ। ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଘ ସଦସ୍ୟ ମର୍ଦ୍ଧରାଜ ସ୍ୱାଇଁ, ଭାରତ ଭୂଷଣ ଜୈନ, ଅମିତ କୁମାର ଅଗ୍ରୱାଲ (ପପୁ), ଦିଲ୍ଲୀପ କୁମାର ଅଗ୍ରୱାଲ, ରୋହିତ ସାହୁ, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମ. ରାମପୁର, ମଦନପୁର, ମୋହନଗିରୀ, ସାଇ ଦଲଙ୍ଗାରୁ ସଂଘ ସଦସ୍ୟ ମାନେ ଯୋଗ ଦେଇଥିଲେ।