କାଉଡୋଳା ଗାଁରେ ସଶସ୍ତ୍ର ଡକାୟତି: ଲୁଟି ନେଲେ ସୁନାଗହଣା, ଲକ୍ଷାଧିକ ଟଙ୍କା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ଅଧୀନରେ ଥିବା କାଉଡୋଳା ଗ୍ରାମର ସୁରଥ ସରାବୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି। ବିଳମ୍ୱିତ ରାତି ପ୍ରାୟ ୧ ଟା ସମୟରେ ୪ ଜଣ ମୁଖାପିନ୍ଧା ଡକାୟତ ଘରେ ପଶି ସିସି ଟିଭି କ୍ୟାମେରା ଭାଙ୍ଗିବା ପରେ ଲୁଟ କରିବା ପରେ ଫେରାର ମାରିଛନ୍ତି। ଡକାୟତଙ୍କ ସହ ମରଣାନ୍ତକ ଆକ୍ରମଣ ରେ ଘର ମାଲିକ ସୁରଥ ସରାବୁ ସମେତ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ପରେ ତାଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆମପାଣି ପୋଲିସ ରାତିରେ ପହଞ୍ଚି ତଦନ୍ତ ଜାରି ରଖିଛି। ଡକାୟତ ମାନେ ସୁନାଗହଣା ସହ ନଗଦ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ତେବେ କେତେ ସୁନା ଓ ଟଙ୍କା ଲୁଟ କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ପାଇ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜାରି ରହିଥିବା ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.