ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟରେ ରାୟଗଡାରୁ ପ୍ରତିନିଧିତ୍ଵ କରିବେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଂଶୁମାନ ରଥ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ । ଏହି କ୍ରମରେ ଏବେ ସାରା ଦେଶରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଭାଷା ସଂସ୍କୃତିର ଆଦାନ ପ୍ରଦାନ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପାଇଁ ଓଡିଶାରୁ ୨୫ ଜଣିଆ ଛାତ୍ର ଛାତ୍ରୀ ଦଳ ଆସନ୍ତା ୨୮ ତାରିଖ ଦିନ ମହାରାଷ୍ଟ୍ର ରାଜ୍ୟର ମୁମ୍ବାଇ ଗସ୍ତ କରିବ । ଏହି ଟିମରେ ରାୟଗଡା ଜିଲ୍ଲାରୁ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅଂଶୁମାନ ରଥ ପ୍ରତିନିଧିତ୍ଵ କରୁଛନ୍ତି । ମୋଟ ୨୫ ଜଣଙ୍କ ମଧ୍ୟରେ ୧୧ ଜଣ ଛାତ୍ରୀ ଥିବା ବେଳେ ବାକି ୧୪ ଜଣ ଛାତ୍ର ଅଛନ୍ତି । କଟକ ଜିଲ୍ଲାରୁ ୧୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ ଏବଂ ରାୟଗଡା, ବଲାଙ୍ଗିର ଓ ବାଲେଶ୍ଵର ଜିଲ୍ଲାରୁ ଜଣେ ଲେଖାଏଁ ଛାତ୍ର ଏହି ଟିମରେ ସାମିଲ ହୋଇଛନ୍ତି । ଏହି ୨୫ ଜଣିଆ ଟିମର ନେତୃତ୍ଵ ନେଉଛନ୍ତି ରାଜ୍ୟ ଶିକ୍ଷା ବିଭାଗର ଦୁଇ ଜଣ ଅଧିକାରୀ ଶଶଧର ନାୟକ ଏବଂ ଡା. ସୁଜାତା ମହାପାତ୍ର । ଏହି ଟିମ ଆସନ୍ତା ୨୮ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ ଯୋଗେ ମୁମ୍ବାଇ ଯିବେ । ସେଠାରୁ ଆସନ୍ତା ୪ ତାରିଖରେ ପୁଣି ଓଡିଶା ଫେରିବେ । ଏହି ସାତଦିନ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଦ୍ଵାରା ରାଜ୍ୟର ପ୍ରମୁଖ ସ୍ଥାନ ପରି ଭ୍ରମଣ କରାଇବା ସହ ସେଠିକା ଭାଷା ସଂସ୍କୃତି ସହିତ ଓଡିଶା ପିଲାଙ୍କୁ ଅବଗତ କରିବା ସହ ଓଡିଶା ଭାଷା ସଂସ୍କୃତି ନେଇ ସେଠିକା ପିଲାଙ୍କ ସହ ଆଦାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ସୁଚାନା ଦେଇଛନ୍ତି ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଦୂର୍ଗା ପ୍ରସାଦ ଦାସ । ତେବେ ଏହି ଟିମରେ ଦକ୍ଷିଣ ଓଡିଶାରୁ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଂଶୁମାନ ରଥ ମନୋନୀତ ହୋଇଥିବାରୁ ଏହା ରାୟଗଡା ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ବୋଲି କହିଛନ୍ତି ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଦୂର୍ଗା ପ୍ରସାଦ ଦାସ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.