ଷ୍ଟଙ୍ଗର ଟୁଗେଦର ଗୃପ ପକ୍ଷରୁ ମାଗଣା ଛତା ଓ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ରାଜଗୋପାଳ ବସ୍ତି ବାସିନ୍ଦାଙ୍କୁ ଷ୍ଟଙ୍ଗର ଟୁଗେଦର ଗୃପ ତରଫରୁ ମାଗଣାରେ ଛତା ବଣ୍ଟନ କରାଯାଇଛି। ଏଥି ସହିତ ବସ୍ତିର ଛୋଟ ଛୋଟ ପିଲାମାନଙ୍କୁ ଖାତା, ପେନସିଲ ଏବଂ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ପ୍ରତି ମାସରେ ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଷ୍ଟଙ୍ଗର ଟୁଗେଦର ପକ୍ଷରୁ କରାଯାଉଥିବାରୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତିକ୍ଷା ପ୍ରିୟଦର୍ଶନୀ ଠାକୁର, ପ୍ରଜ୍ଞା ଦାସ , ଭାରତୀ ବେହେରା, ଆଲୋକ ସାହୁ, ଶିବା ଆଚାରୀ, ଦେବାସିସ ରଥ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.