ବିଶ୍ୱନାଥପୁରଠାରେ ଏକଦିବସୀୟ କବାଡି ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ସ୍ଥିତ ମାଁ ହୀରାନୀଳା ଯୁବ ପ୍ରଗତିକେନ୍ଦ୍ର ପକ୍ଷରୁ ଏକଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛଅଟି ଦଳଭାଗ ନେଇଥିବାବେଳେ ୱାରିୟର ଦଳକୁ ୨ ପଏଂଟରେ ହରାଇ ସ୍ନେକ୍ ଆଟାକର୍ସ ବିଜୟୀ ହୋଇଥିଲା । ଉଦଯାପନୀ ଉତ୍ସବରେ ଅତିଥି ଭାବେ ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ବିଶ୍ୱନାଥପୁର ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ, ପୂର୍ବତନ ଖେଳାଳୀ ବଟକୃଷ୍ଣ ପୁଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ମାଁ ହୀରାନୀଳା ଯୁବ ପ୍ରଗତିକେନ୍ଦ୍ରର ସଭାପତି ବିରଞ୍ଚି ପ୍ରଧାନୀ, ଚକ୍ରଧର ପାତ୍ର, ଉଦ୍ଧବ ଘଡେଇ, ତ୍ରିଭୂବନ ଦଣ୍ଡସେନା ପ୍ରମୁଖ ପ୍ରତିଯୋଗିତା ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାବେଳେ ଧବଳେଶ୍ୱର ଠେଲା ଖେଳ ପରିଚାଳନା ଓ ସୁଜିତ କୁମାର ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.