ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଭାରତୀୟ ଡାକ୍ତରୀ ସଂଘ, ଓଡ଼ିଶା ଡାକ୍ତରୀ ସଂଘ ତଥା ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ୟୁଥ୍ ହେଲଥ ଆଇକନ-୨୦୨୨ ଅବସରରେ ମ.ରାମପୁର ବ୍ଲକ ତୁଜୁଙ୍ଗ ଗ୍ରାମର ଡାକ୍ତର ଲୋକନାଥ ସାହୁ ବେଷ୍ଟ ଇନସ୍ପିରିଟନାଲ ମେଡିକାଲ ଅଫିସର ଭାବରେ ସମ୍ମାନିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ରମୋଦ ଭଗତ (ଗୋଲ୍ଡ ମେଡାଲିଷ୍ଟ) ଏବଂ ସଭାପତି ଡାକ୍ତର ବ୍ରଜ ଦାସ (ଅଧ୍ୟକ୍ଷ, ଡିଏମଇଟି) ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ । ଡାକ୍ତର ଲୋକନାଥ ସାହୁ କଳାହାଣ୍ଡିର ପ୍ରଥମ ଡାକ୍ତର ଭାବେ ଏହି ସମ୍ମାନ ହାସଲ କରିଛନ୍ତି ତଥା ଚଳିତ ବର୍ଷ ସାରା ପଶ୍ଚିମ ଓଡ଼ିଶାରୁ ସେ ହିଁ ଜଣେ ଏକମାତ୍ର ଡାକ୍ତର ଭାବେ ନିମନ୍ତ୍ରଣ ତଥା ସମ୍ମାନ ପାଇଛନ୍ତି । ତୁଜୁଙ୍ଗ ଗ୍ରାମର ବିଫଲ ସାହୁ ଓ ବିମଲା ସାହୁଙ୍କ ସୁପୁତ୍ର ଡାକ୍ତର ଲୋକନାଥ ସାହୁ ଦେଢ଼ ବର୍ଷକାଳ ଜଙ୍ଗଲ ଓ ମାଓ ଇଲାକା ଭାବେ ପରିଚିତ ଲଙ୍କାଗଡ଼ ପିଏଚସିରେ କାମକରି ଏହି କୃତିତ୍ୱ ହାସଲ କରିଛନ୍ତି । ଏ ଖବର ଜାଣିବା ପରେ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।