ଗ୍ରେଡ଼ ଏ୧ ପାଇଥିବା ଛାତ୍ରଛାତ୍ରୀଙ୍କୁ କେସିଙ୍ଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାଠାରେ ୨୦୨୧-୨୨ ଶିକ୍ଷାବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଗ୍ରେଡ୍ ଏ୧ ପାଇଥିବା ଶିକ୍ଷାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସମାରୋହର ଆୟୋଜନ କରାଯାଇଥିଲା । ଏହି ଶିଶୁ ବିଦ୍ୟା ମନ୍ଦିରରୁ ମୋଟ ୮୪ ଜଣ ଛାତ୍ର ଛାତ୍ରୀ ମେଟ୍ରିକ ବୋର୍ଡ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ଗ୍ରେଡ୍ ଏ୧ରେ ୧୧ଜଣ ଗ୍ରେଡ୍ ଏ୨ରେ ୬୩ ଜଣ ଓ ଗ୍ରେଡ୍ ବି୧ ରେ ୧୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଭିଶେକ ପ୍ରଧାନ ୯୪.୫% ନମ୍ବର ପାଇ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଛନ୍ତି । ଏହା ବ୍ୟତିତ ଉତ୍ପଳ କୁମାର ବୋଡକିଆ, ଷ୍ଟାଲିନ୍ ପ୍ରଧାନ, କୋଣାର୍କ କାଣ୍ଡ, ଟୁକାନ୍ତ ବନ୍ଦିଛୋର, ରୋଶନ ଦିଶ୍ରୀ, ଧର୍ମେଶ ପଟେଲ, ନିଲେଶ ଭୋଇ , ଜଗତଜ୍ୟୋତି ଦାସ , ଭରତ ସୁନା, ଦୀପକ ସାହୁ ଗ୍ରେଡ୍ ଏ୧ରେ ଉତ୍ତୀର୍ଣ୍ଣ ହୋଇ ସମ୍ବର୍ଦ୍ଧିତ ହୋଇଥିଲେ । ଏନେଇ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ନୃପରାଜ ଯାଦବ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବବୃ ବାହାନ ପ୍ରଧାନ, ବିଶିଷ୍ଟ ସମାଜସେବୀ ରାମଅବତାର ଅଗ୍ରଓ୍ବାଲ, ପରିଚାଳନା ସମିତିର ସମ୍ପାଦକ ଅଭୟ କୁମାର ଦେବତା , କୋଷାଧ୍ୟକ୍ଷ ସଂଜୀବ କୁମାର ମାଝୀ ଓ ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ମଂଚାସୀନ ହୋଇଥିଲେ । ସମସ୍ତ ଏ-୧ ଗ୍ରେଡ୍ ପାଇଥିବା ଛାତ୍ର ଛାତ୍ରୀ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ପରିଶ୍ରମ, ବିଦ୍ୟାଳୟର ଶୃଙ୍ଖଳା, ନୀତି ଆଦର୍ଶକୁ ନିଜର ସଫଳତାର ଶ୍ରେୟ ଦେଇଛନ୍ତି । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୈତିକ ଶିକ୍ଷା ଓ ଚରିତ୍ର ଗଠନକୁ ଗୁରୁତ୍ବ ଦେବା ଉପରେ ଅଧ୍ୟକ୍ଷ ନୃପରାଜ ଯାଦବ ଆଲୋକପାତ କରିଥିଲେ ଏବଂ ସମସ୍ତ ଏ୧ ଗ୍ରେଡ୍ ପାଇଥିବା ଛାତ୍ର ଛାତ୍ରୀ ପରବର୍ତ୍ତୀ ପିଢି ପାଇଁ ଏକ ଉଦାହରଣ ଓ ବ୍ଲକରେ ୧୧ଜଣ ଏ୧ ଗ୍ରେଡ୍ ବିଦ୍ୟାଳୟ ସୁନାମ ଅର୍ଜନ କରିଛି ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ପଧାନ ଆଲୋକପାତ କରିଥିଲେ । ପରିଶେଷରେ ସମସ୍ତ ଅତିଥି , ବିଦ୍ୟାଳୟର ଗୁରୁଜୀ ଗୁରୁମାମାନେ କୃତି ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କ‍ମନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.