ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ସୋନପୁର: ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଆଗାମୀ ୨୩ ତାରିଖ ଯାଏଁ ସୋନପୁର ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମକୁ ବୁଲି ଏହି ରଥ ଲୋକଙ୍କ ନିକଟକୁ ପରିବାର ନିୟୋଜନ ସେବା ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବ। ଏଠାରେ ସୂଚନାଯୋଗ୍ୟ ଯେ ୨୭ ଜୁନରୁ ୧୦ ଜୁଲାଇ ଯାଏଁ ଜନସଂଖ୍ୟା ସଚେତନତା ପକ୍ଷ ଓ ୧୧ ଜୁଲାଇରୁ ୨୪ ଜୁଲାଇ ଯାଏଁ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ କରାଯାଉଛି। ସ୍ଥିରତା ପକ୍ଷରେ ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ର ସମେତ ଏହା ଅଧିନସ୍ଥ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ସ୍ଵାସ୍ଥ୍ୟ ଉପକେନ୍ଦ୍ର ତଥା ଆଶାକର୍ମୀଙ୍କ ସ୍ତରରେ ବିଭିନ୍ନ ପ୍ରକାର ପରିବାର ନିୟୋଜନ ସେବା ମାଗଣାରେ ପହଞ୍ଚାଇବାକୁ ଯୋଜନା ରହିଛି। ଆଜି ସଚେତନତା ରଥ ଗଡିବା ସମୟରେ ଡାକ୍ତର ରାମଶଙ୍କର ତ୍ରିପାଠୀ, ବିପିଏମ ପ୍ରିୟ ରଂଜନ ସାହୁ, ବିଏଏମ ସୁଜିତ ସାହୁ, ମହିଳା ସ୍ଵାସ୍ଥ୍ୟ ପରିଦର୍ଶକ ଏଡିଥ୍ ଖାଲକୋଙ୍କ ସମେତ ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.