କନ୍ଧମାଳ ସ୍ବେଚ୍ଛାସେବୀ ମହାସଂଘର ସାଧାରଣ ସଭା

ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ସ୍ମୃତିରେ ଆୟୋଜିତ ହେବ ଏକ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ବେଚ୍ଛାସେବୀ ମହାସଂଘ ସଭ୍ୟସଭ୍ୟା ମାନଙ୍କର ଏକ ସାଧାରଣ ସଭା ବନ୍ଧଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପି.ଏ.ଜି.ର ଅଧ୍ୟକ୍ଷ ରାମ ଚଦ୍ର ଦାସ ସଭାପତିତ୍ୱ କରିଥିଲେ। ପ୍ରଥମେ ବିଗତ ଦିନରେ ହରେଇଥିବା ସଭ୍ୟ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ଆତ୍ମା ଶାନ୍ତି ନିମନ୍ତେ ଏକ ସ୍କୃତି ଚାରଣ କରାଯାଇଥିଲା। ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ପିତା ତଥା ପୂର୍ବତନ ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ, ଝିଅ ଅଭିଲିପ୍ସା ସାହୁ ଓ ଭାଇ ସୁଭାଶିସ ସାହୁ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ସ୍ୱଗର୍ତ ଶଶାଙ୍କ ବାବୁ ସ୍ମତିରେ ଏକ କର୍ମଶାଳା ହେବବୋଲି ନିଷ୍ପତ୍ତି ହୋଇଥିଲା। ପରେ କନ୍ଧମାଳ ସ୍ଵେଛାସେବୀ ମହାସଂଘର ବୈଠକରେ ୨୦ଟି ଅନୁଷ୍ଠାନର ମୁଖ୍ୟମାନେ ଉପସ୍ଥିତ ଥିଲେ। ଉପାଧ୍ୟକ୍ଷ ସାବିତ୍ରି ପୁହାନ, ଆବାହକ ଇଂ. ହରିଶଙ୍କର ରାଉତ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ ନାୟକ, ସରଜ କୁମାର ଆଇଡିଆ, ପ୍ରଦିପ କୁମାର ଦାସ, ଦୀପକ କୁମାର ସ୍ୱାଇଁ, ଜଳନ୍ଦର ବେହେରଦଲେଇ, ସଂଗ୍ରାମ କେଶରି ନାୟକ, ଫାଦର ମଦନ ସୁଆଲ ସିଂ, ଆସିକ୍‍ ରଞନ ନାୟକ, ରେଣୁବାଳା ମହାନ୍ତି, ଲିଙ୍ଗରାଜ ପ୍ରଧାନ, ନବିନ ନାୟକ, ସାନ୍ତନୁ ମିଶ୍ର, ସଷ୍ଠି ପ୍ରସାଦ ମିଶ୍ର, ପ୍ରଫୁଲ କୁମାର ମହାନ୍ତି, ଭଗବାନ ଜେନା ପ୍ରମୁଖ ଉପସ୍ଥିତ ରହି ବିିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.