ଉଲିକୁପା ଓ ଶାନ୍ତପୁର ହାଇସ୍କୁଲ +୨ କଳା ମହାବିଦ୍ୟାଳୟକୁ ଉନ୍ନିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ୫୭ ଗୋଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କଳା) ଭାବରେ ଉନ୍ନିତ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସମଗ୍ର ଶିକ୍ଷା ଯୋଜନା ଅଧିନରେ ରାଜ୍ୟର ୫୭ ଗୋଟି ଉଚ୍ଚ ବିଦ୍ୟାଳୟ ୨୦୨୨-୨୩ ଶିକ୍ଷା ବର୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବରେ ଉନ୍ନିତ ହେବ। ଏଥିପାଇଁ ପ୍ରତି ବିଦ୍ୟାଳୟକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୯୧.୫୦୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯିବ। ଏଥିରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଉଲିକୁପା ଓ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଶାନ୍ତପୁର ସାମିଲ ହୋଇଛି। ଏହି ଖବର ଜଣା ପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଦୁଇଟି ଉଚ୍ଚ ବିଦ୍ୟାଳୟ ନର୍ଲା ଜୋନ୍-୨ ରେ ଯାଉଥିବାରୁ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କୁ ଅଞ୍ଚଳର ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ପକ୍ଷରୁ ସାଧୁବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.