ବ୍ଲକ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରି ଶାନ୍ତି ଶୃଙ୍ଖଳା ସହ କିପରି ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ ହୋଇଥିଲା । ପୂର୍ବ ଦୁଇ ବର୍ଷ କରୋନା ଯୋଗୁଁ କେବଳ ପତାକା ଉତ୍ତୋଳନ ହୋଇଥିବା ବେଳେ ଆଉ ଅନ୍ୟ କୌଣସି ପ୍ରତିଯୋଗିତା ଏବଂ ପୁରସ୍କାର କାର୍ଯ୍ୟକ୍ରମ ହୋଇନଥିଲା । ହେଲେ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ସ୍ଵାଧିନତା ଦିବସ ପାଳନ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି ବୈଠକ ରେ ତହସିଲଦାର ଚାର୍ଲସ ନାୟକ, ଥାନା ଅଧିକାରୀ କୌଶିକ ମାଝୀ, ବିଇଓ ରସାନନ୍ଦ କର,ସିଡିପିଓ ଅଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଏସଏସଓ କ୍ଷିତିଶ ପ୍ରିୟଦର୍ଶୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିପିଏମ୍ ପିଣ୍ଟୁ ନାୟକ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ସିଆରସିସି, ଏବଂ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.