ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ବ୍ୟବହାର ଅଭିଯୋଗ: ସୁର ରାଉତରାୟଙ୍କ ନାଁରେ ଥାନାରେ ଏତଲା

ଓଡ଼ିଆ ବାର୍ତ୍ତା/ କେନ୍ଦ୍ରାପଡ଼ା: ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚାହା ବିକାଳୀର ପୁଅ’ ସହ ଏଭଳି ଆହୁରି ଅନେକ କଟୁ କଥା କହି ଅପମାନ କରିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି। ସୁରଙ୍କ ବିରୋଧରେ କେନ୍ଦ୍ରାପଡ଼ା ନଗର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, କୁଶ ପୁତ୍ତଳିକା ଦାହ ସହ ଥାନାରେ ଏତଲା ଦିଆଯାଇଛି।ନଗର ବିଜେପି ସଭାପତି ଦିଲ୍ଲୀପ ଦାଶଙ୍କ ନେତୃତ୍ବରେ ଦଳର କର୍ମୀମାନେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି। ସୁରଙ୍କ ବିଧାୟକ ପଦବୀକୁ ରଦ୍ଦ କରାଯିବା ପାଇଁ ବିଜେପି ଦାବି କରିଥିବାବେଳେ କେନ୍ଦ୍ରାପଡା ସାନ୍ତସାହି ଛକ ଠାରେ ସୁରେଶଙ୍କ କୁଶପୁତ୍ତଳିକା ଦାହ କରିବା ସହ କଂଗ୍ରେସ ବିରୋଧରେ ନାରା ବାଜି କରିଛି ଦଳ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.