ବାଗପୁର ପିଇଓଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ନୂଆ ପିଇଓଙ୍କୁ ସ୍ୱଗାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଗପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ଦୁର୍ଗାଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ତାଙ୍କୁ ଗ୍ରାମ ପଞ୍ଚାୟତ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ନୂଆ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବା ସହଶ୍ରାଂଶୁ ମିଶ୍ରଙ୍କୁ ସ୍ୱାଗତ କରାଯାଇଛି। ଏନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରରିବେଶ ମଧ୍ୟରେ ବାଗପୁର ସରପଞ୍ଚ ଗୋପାଳ ହାତୀଙ୍କ ଅଧ୍ୟକ୍ଷତାରେ ଏକ ସଭା ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନାଏବ ସରପଞ୍ଚ ଅମୂଲ୍ୟ ସାହୁ, ୱାଡ଼ ସଭ୍ୟ ରଥ ବାଗଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ପ୍ରଥମେ ସରପଞ୍ଚ ଶ୍ରୀ ହାତୀଙ୍କ ସ୍ୱଗାତ ଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଦାୟୀ ପିଇଓ ଶ୍ରୀ ଦୁର୍ଗା ଗତ ପାଞ୍ଚ ବର୍ଷ ଧରି ତାଙ୍କର କର୍ତ୍ତବ୍ୟ ପରାୟଣତା ଓ ନିଷ୍ଠାପର ମନୋବୃତି ଯୋଗୁଁ ଗ୍ରାମ ପଞ୍ଚାୟତକୁ କିପରି ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ, ସେ ବିଷୟରେ ସରପଞ୍ଚ ଶ୍ରୀ ହାତୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଏହାପରେ ବିଦାୟୀ ପିଇଓ ଶ୍ରୀ ଦୁର୍ଗା ଓ ଶ୍ରୀ ମିଶ୍ରଙ୍କୁ ଗ୍ରାମ ପଞ୍ଚାୟତ କତ୍ତୃପକ୍ଷ ପୁଷ୍ପଗୁଛ ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଓ ନୂଆ ପିଇଓଙ୍କୁ ସ୍ୱଗାତ କରିଥିଲେ। ଏହାପରେ ବିଦାୟୀ ପିଇଓ ଶ୍ରୀ ଦୁର୍ଗା ନୂଆ ପିଇଓ ଶ୍ରୀ ମିଶ୍ରଙ୍କୁ ବାଗପୁର ଗ୍ରାମ ପଞ୍ଚାୟତର ସମସ୍ତ ଫାଇଲ ରେଜିଷ୍ଟାର ସବୁ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନାଏବ ସରପଞ୍ଚ ଅମୂଲ୍ୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.