ବଡ଼ ପୁଝାରୀଗୁଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ସାରା ଭାରତରେ ଆଜାଦି କା ୭୫ ବର୍ଷ ପୁର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେଉଛି। ସେହି କ୍ରମରେ ଜୟପାଟଣା ବ୍ଲକ ବଡ ପୁଝାରୀଗୁଡା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ମଧ୍ୟ ଏହି ଉତ୍ସବ ପାଳିତ ହୋଇଯାଇଛି। ବଡ଼ ପୁଝାରୀଗୁଡା ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ହେମନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କ କର୍ମଚାରୀ ତଥା ବ୍ୟାଙ୍କ ଅଧିନରେ ଥିବା ୪ଗୋଟି ସିଏସପିର ପରିଚାଳକ ପ୍ରେମଲାଲ ନାଏକ, ବିଜୟ ନାଏକ, ଜିତେନ୍ଦ୍ର ନାଏକ, କାଣ୍ଡେଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନା, ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜରିଆରେ ଚାଳିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇ କାର୍ଯକାରୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.