ସାମ୍ବାଦିକଙ୍କ ପିତୃ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାମ୍ବାଦିକ ମଧୁସୂଦନ ଠାକୁର ଓ ସାମ୍ବାଦିକ ଦୀପକ କୁମାର ଠାକୁରଙ୍କ ବାପା କୈଳାଶ ଚନ୍ଦ୍ର ଠାକୁର ଆଜି ଶନିବାର ସକାଳ ୯.୩୦ ସମୟରେ ନର୍ଲା ସ୍ଥିତ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ। ଜଣେ ଶାନ୍ତ ସରଳ ମଣିଷ ସ୍ବର୍ଗତ କୈଳାସ ଚନ୍ଦ୍ର ଠାକୁର ନର୍ଲାବାସୀଙ୍କ ପ୍ରିୟପାତ୍ର ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ପୁଅ ବୋହୁ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ଆଜି ନର୍ଲାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ସ୍ୱର୍ଗତ ଠାକୁରଙ୍କ ଆବର୍ତ୍ତମାନରେ ନର୍ଲା ବ୍ଲକ ପ୍ରେସ ଏସୋସିଏସନ, ନର୍ଲା ସାମ୍ବାଦିକ ୟୁନିୟନ, ଓଡ଼ିଆ ବାର୍ତ୍ତା ପରିବାର ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.