କୃମି ନାଶକ ଔଷଧ ଖାଇ ୨୭ ଅଙ୍ଗନୱାଡି ଶିଶୁ ଅସୁସ୍ଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜାତୀୟ କୃମି ନାଶକ ଦିବସ ଅବସରରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ଆଲବେଣ୍ଡାଜଲ ଶିରପ ଖାଇ ଲାଂଜିଗଡ ବ୍ଲକର ୨୭ରୁ ଉର୍ଦ୍ଧ୍ବ ଶିଶୁ ଅସୁସ୍ଥ ହୋଇ ପଡିଛନ୍ତି। ଏମାନଂକ ମଧ୍ୟରେ ବାତେଲିମା ଅଗଂନୱାଡି କେନ୍ଦ୍ରର ୧୫ଜଣ ଓ ରିହେପ୍ କଲୋନୀ ଅଗଂନୱାଡି କେନ୍ଦ୍ରର ୧୨ ଜଣ ଶିଶୁ ଥିବା ଜଣାପଡିଛି। ସୂଚନା ମତାବକ ଜାତୀୟ କୃମି ନାଶକ ଦିବସ ଅବସରରେ ଲାଂଜିଗଡ ବ୍ଳକ ବାତେଲିମା ଅଗଂନୱାଡି କେନ୍ଦ୍ରରେ ଅଗଂନୱାଡି କର୍ମୀ ଓ ଆଶା କର୍ମୀ ୧ ରୁ ୫ ବର୍ଷ ପର୍ଯ୍ୟନ୍ତ ୪୫ଜଣ ଶିଶୁଙ୍କୁ ଏଲବେଣ୍ଡଜାଲ ସିରପ ଖାଇବାକୁ ଦେଇଥିଲେ। ଏହି ସିରପ ଦେବାର କିଛି ସମୟ ପରେ ୧୫ ଜଣ ଶିଶୁ ଅସୁସ୍ଥ ହୋଇ ପଡିଥିଲେ। ବିଶ୍ୱନାଥପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ଏନେଇ ସୂଚନା ଦେବା ପରେ ଡ଼ାକ୍ତର ନରେନ୍ଦ୍ର ଦାସ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁମାନେ ସୁସ୍ଥ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ବ୍ଳକର ରିହେପ କଲୋନୀ ଅଗଂନୱାଡି କେନ୍ଦ୍ରରେ ଉପସ୍ଥିତ ଥିବା ୩୦ଜଣ ଶିଶୁଙ୍କ ମଧ୍ୟରୁ ୧୭ ଜଣ ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ଅଗଂନୱାଡି କର୍ମୀ ଏଲବେଣ୍ଡଜାଲ ସିରପ ଖାଇବାକୁ ଦେଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୧୨ ଜଣ ଶିଶୁ ଅସୁସ୍ଥ ହେବା ପରେ ଭୟରେ ସିରପ ଖାଇଥିବା ସମସ୍ତ ଶିଶୁକୁଂ ଲାଂଜିଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପରିବାର ଲୋକେ ଆଣି ଭର୍ତି କରିଥିଲେ। ଲାଂଜିଗଡ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଭବାନୀ ଶଂକର ଲେଂକାକଂ ସମେତ ଟୁନା ପାଣିଗ୍ରାହୀ, ତପନ ସାହୁ ଅସୁସ୍ଥ ଶିଶୁଙ୍କୁ ଏଭିଲ ଓ ଡେକସୋନା ଇଂଜେକସନ ଦେବା ପରେ ଶିଶୁମାନେ ସୁସ୍ଥ ହୋଇଥିଲେ। ଖବର ପାଇ ଲାଂଜିଗଡ ବେଦାନ୍ତ ଆଲୁମିନା ସିଏସଆର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ବେଦାନ୍ତ ମେଡ଼ିକାଲ ମୁଖ୍ୟ ଅକ୍ଷୟ ସାହୁ, ବସନ୍ତପଡା ସରପଂଚ ଚାଂଚେରା ମାଝୀ, ଜଗନ୍ନାଥପୁର ସମିତି ସଭ୍ୟ ପ୍ରଦୀପ ମାଝୀ, ବିଶ୍ୱନାଥପୁର ପିଏଚଇଓ ଦିବାକର ପ୍ରଧାନ, ବେଦାନ୍ତ ମେଡ଼ିକାଲ ପରିଚାଳନା ଅଧିକାରୀ ଅମର ମହାନ୍ତି, ଅଗଂନୱାଡି ସୁପରଭାଇଜର ଜ୍ୟୋତ୍ସ୍ନା ମିଶ୍ର ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚି ଶିଶୁ ମାନଂକ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏମାନଂକ ଉପସ୍ଥିତରେ ଶିଶୁମାନେ ସୁସ୍ଥ ହେବା ପରେ ନିଜ ନିଜ ଘରକୁ ପରିବାର ଲୋକେ ନେଇ ଯାଇଛନ୍ତି। ତେବେ କେଉଁ କାରଣରୁ ଏଭଳି ହେଲା ଏହାକୁ ନେଇ କୌଣସି ସୂଚନା ମିଳି ପାରିନାହିଁ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.