ବିଦ୍ୟୁତ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ବିଦ୍ୟୁତ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନରସିଂହ ବିଡିକା ଏଥିରେ ସଭାପତିତ୍ଵ କରିଥିଲେ । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବଳରାମ ହୁଇକା, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ୱାଂଗ୍ରାହୀ ଶବର, ବ୍ଲକ ଆକାଉଟାଣ୍ଟ ପ୍ରିୟଦର୍ଶିନୀ ପଣ୍ଡା ଅତିଥି ରୂପେ ଯୋଗ ଦେଇ ପିଲାଙ୍କୁ ନୂତନ ପୋଷାକ ବଣ୍ଟନ କରିବା ସହ ବିଦ୍ୟାଳୟରେ ନିୟମିତ ଉପସ୍ଥାନ, ସ୍ଵ-ଶିକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଉତ୍ସାହିତ କରିଥିଲେ ।


ପ୍ରଧାନ ଶିକ୍ଷକ ନରେଶ ସିଂ ଅତିଥି ପରିଚୟ ପ୍ରଦାନ ସହ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟି ନିମନ୍ତେ ସମସ୍ତ ଅଭିଭାବକ, ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଅଭିଯାନ, ରାୟଗଡଙ୍କ ପତ୍ର ସଂଖ୍ୟା ୨୭୦୦ ତା: ୧୦.୦୮.୨୦୨୨ ଅନୁଯାୟୀ ବିଦ୍ୟାଳୟର ମୋଟ ୧୬୫ ଜଣ ଯୋଗ୍ୟ ଛାତ୍ର, ଛାତ୍ରୀଙ୍କୁ ଦୁଇ ହଳ ନୂଆ ପୋଷାକ, ଏକ ହଳ ଜୋତା ଓ ମୋଜା ଲେଖାଏଁ ବଣ୍ଟନ କରାଯାଇଥିଲା । ଏହି ଉତ୍ସବରେ ଉତ୍ତମ ଜେନା, ପୁଷ୍ପଲତା ସେଠି, ବିନ୍ଦୁଲତା ପଣ୍ଡା, ସରୋଜିନୀ ପାଢି, ରୁନିତା ସାହୁ ଓ ସୁନିତା ପାଢି ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.