ପାଣିରେ ଉବୁଟୁବୁ ହେଉଛନ୍ତି ବାବା ବଳଭଦ୍ରେଶ୍ୱର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ତିନିଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ନର୍ଲାର ବହୁ ପ୍ରାଚୀନ ଶିବ ମନ୍ଦିର ବାବା ବଳଭଦ୍ରେଶ୍ୱରଙ୍କ ମନ୍ଦିର ଭିତରେ ପାଣି ପଶିଯିବା ଫଳରେ ପାଣିରେ ଉବୁଟୁବୁ ହେଉଛନ୍ତି ବାବା ବଳଭଦ୍ରେଶ୍ୱର। ବହୁ ପ୍ରାଚୀନ କାଳରୁ ଉତ୍ପତି ହୋଇଥିବା ଶିବ ଲିଙ୍ଗ ବାବା ବଳଭଦ୍ରେଶ୍ୱରଙ୍କ ପୀଠ ଖାଲୁଆ ହୋଇ ରହିଛି। ଉତ୍ପତି ହୋଇଥିବା ଲିଙ୍ଗକୁ ତ ଆଉ ଉଚ୍ଚା କରି ହେବନି। ହେଲେ ମନ୍ଦିର ଭିତରକୁ କେମିତି ପାଣି ନପଶିଵ ସେଥିପ୍ରତି ପ୍ରଶାସନ ଯତ୍ନବାନ ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ଏମିତିରେ ତ ବାବା ଜଳଶାୟୀ ହେବାକୁ ପସନ୍ଦ କରିଥାନ୍ତି। ହେଲେ ତିନିଦିନ ଧରିଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମଇଳା ଆବର୍ଜନା ପାଣି ମନ୍ଦିର ଭିତରକୁ ପଶିଯାଇ ଆଣ୍ଠୁଏ ପାଣିରେ ଶିବ ଲିଙ୍ଗ ବୁଡି ରହିଥିବା ଦେଖିବାକୁ ମିଳୁଛି। ବସ୍ତି ମଝି ଦୁର୍ଗା ମଣ୍ଡପ ସମ୍ମୁଖରେ ରହିଛି ଏହି ବହୁ ପ୍ରାଚୀନ ଶୈବପୀଠ। ଏହାର ଇତିହାସ ବହୁ ପ୍ରାଚୀନ। ଏହି ଶୈବ ପୀଠର ରକ୍ଷଣା ବେକ୍ଷଣ ପାଇଁ ନର୍ଲା ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବ ଦେଇ ଏହାର ସୁରକ୍ଷା ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.