ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଧର୍ମଗଡରେ କବିତା ପାଠୋତ୍ସବ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ ଆୟୋଜିତ ହୋଇ ଯାଇଛି।

ଧର୍ମଗଡ଼ ସାହିତ୍ୟ ସଂସଦ ସଭାପତି ଅଧ୍ୟାପକ ଲିଙ୍ଗରାଜ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ହରେକୃଷ୍ଣ ବରିହା, ସମ୍ମାନୀତ ଅତିଥି ଭାବେ ସୁସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ, ଭେଷଜ ବିଶେଷଜ୍ଞ ଡା. ଅଜିତ କୁମାର ନେଗୀ, ସମାଜସେବୀ ଆଚାର୍ଯ୍ୟ ହୃଷିକେଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କବି ଗୋବିନ୍ଦ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଧର୍ମଗଡ଼ ସାହିତ୍ୟ ସଂସଦର ସଂପାଦକ ରାଜେଶ କୁମାର ମୁଣ୍ଡ ଓ ସଦସ୍ୟ ସରୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କବି ମାନସ ମୁଣ୍ଡଙ୍କ ସଂଯୋଜନାରେ ଭୁବନେଶ୍ଵର ପୁରୋହିତ, ସୁରେନ୍ଦ୍ର ସାହୁ, ମୋହନ ବିଶି, ଦେବାଶିଷ ନାଏକ, ଭୂପେନ୍ଦ୍ର ନାଏକ, କାଳୀ କୃଷ୍ଣା ମେହେର, ସଂଜୀବ କୁମାର ମୁଣ୍ଡ, ବିରୁପାକ୍ଷ ଦୀପ, ଅର୍ଜୁନ ଗୋପାଳ, ପ୍ରିୟ ରଞ୍ଜନ ମୁଣ୍ଡ, ସତ୍ୟ ନାଏକ, ଶିବରାମ ମିଶ୍ର, ସ୍ୱାବିତ ପାତ୍ର, କାହ୍ନୁ ଚରଣ ସାହୁ, ଅବନା ଭୋଇ, ପ୍ରମୁଖ ୨୦ ଜଣ ନିମନ୍ତ୍ରିତ କବି ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଶେଷରେ କବି ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.