କୁସୁମଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନାଚାର୍ଯ୍ୟ ଭବାନୀ ଶଙ୍କର ବେହେରାଙ୍କ ତତ୍ତ୍ଵାବଧାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଏଲଆଣ୍ଡଟି କମ୍ପାନୀ ମ୍ୟାନେଜର ରଘୁପତି ସତନାମ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁଜୀ ଉତ୍ତମ କୁମାର ପଣ୍ଡାଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଛାତ୍ର ଛାତ୍ରୀଙ୍କ ରାଧା କୃଷ୍ଣ ବେଶ ଉପରେ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଉପଦେଷ୍ଟା ବୃନ୍ଦାବନ ପୁଝାରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ପରିଚାଳନା ସମିତି ସଭାପତି ହରେକୃଷ୍ଣ ନାଏକ, ସମ୍ପାଦକ ଦିଗନ୍ତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ନରେଶ କୁମାର ପଣ୍ଡା, ସଦସ୍ୟା ମଞ୍ଜୁଳତା ବାଗ, ରୁକ୍ମଣୀ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣରେ ଗୁରୁଜୀ ମୁରଲୀଧର ପଟ୍ଟନାୟକ, ଗୁରୁମା ମିନତୀ ପଟ୍ଟନାୟକ ସହଯୋଗ କରିଥିବା ବେଳେ ପରମାନନ୍ଦ ବେମାଲ ମଞ୍ଚ ପରିଚାଳନା କରିଥିଲେ। ଗୁରୁଜୀ ବିଶ୍ୱରଂଜନ ଦାଶ, କ୍ଷୀରୋଦ ନାଏକ, ଭିକାରୀ ଚରଣ ବିଶି, ଭୋଳାନାଥ ଗହିର, ଦୁଷ୍ମନ୍ତ ପୁଝାରୀ ସମେତ ଗୁରୁମା ସନ୍ଧ୍ୟାରାଣୀ ମହାରଣା, ମିନତୀ ପଟ୍ଟନାୟକ, ମିନାକ୍ଷୀ ନାଗ ଓ ତରୁଣୀ ଗୋପାଳ, ସେବକ ଗଗନେଶ୍ୱର ବେହେରା ଓ ସେବିକା ବିଳାସିନୀ ବାଣୁଆ ସହଯୋଗ କରିଥିଲେ। ପରିଶେଷରେ ସମ୍ପାଦକ ଦିଗନ୍ତ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.