ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଡିଆଇଇଟି ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ପଞ୍ଚ ଦିବସୀୟ ଫାଇବ୍-ଟି ହାଇସ୍କୁଲ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳାର ଅଷ୍ଟମ ପର୍ଯ୍ୟାୟ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିବସରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ପ୍ରୋଗ୍ରାମର ତଥା ସାଧନକର୍ମୀ ସୌମେନ୍ଦ୍ର ପଟ୍ଟନାୟକ, ସାଧନ କର୍ମୀ ବିଜୟାନନ୍ଦ ହୋତା ଓ ଆୟୋଜିକା ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସିନ ଥିଲେ। ସଭା ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ବର ରଣା। ଜିଲ୍ଲାର ସମସ୍ତ ବ୍ଲକରୁ ୧୦୦ ଜଣ ଶିକ୍ଷକ ଏହି ଲିଡରସିପ ଓ ଡିଜିଟାଲ ସ୍କିଲ ତାଲିମ ଶିବିରରେ ଯୋଗଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସାଧନ କର୍ମୀ ସମୀର କୁମାର ବେହେରା, ବିଜୟାନନ୍ଦ ହୋତା, ପ୍ରୋଗ୍ରାମର ସୌମେନ୍ଦ୍ରନାଥ ପଟ୍ଟନାୟକ ପ୍ରଶିକ୍ଷଣ ଦେବେ। ଅନ୍ୟମାନଙ୍କ ସିଆରସିସି ଅଜିତ ପ୍ରଧାନ, ଲଳିତ ମୋହନ, ପ୍ରଭାତ ସାହୁ, ମନୋଜ ସାହୁ, ଯୁଗେଶ୍ୱର ମାଝୀ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।