ଜିଲ୍ଲା କାରାଗାରର ବିଚାରଧୀନ କଏଦୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। କେସିଙ୍ଗା ଥାନା ଅନ୍ତର୍ଗତ ବାହାଦୁରପଦର ଗାଁର ହୃଦୟ କୁମାର ପୋଢ ନାମକ ଜଣେ ବ୍ୟକ୍ତି ଗତ କିଛିଦିନ ତଳେ ଏକ ଅପରାଧି ମାମଲାରେ ଭବାନିପାଟଣା ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବରେ ରହିଥିଲେ। ଗତ ବିଳମ୍ବିତ ରାତିରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନିପାଟଣା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଆଜି ସକାଳେ ପରିବାରବର୍ଗ ଏହି ଖବର ପାଇବା ପାଇଥିଲେ। ଏହା ମୃତ୍ୟୁ ନୁହେଁ ବରଂ ହତ୍ୟା କରାଯାଇଛି ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.