୧୩୦ ବର୍ଷ ପୁରାତନ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପାଣି ଘେରରେ, ଶିକ୍ଷାଦାନ ବାଧାପ୍ରାପ୍ତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଜଳ ବନ୍ଦୀ ସାଜିଛି । ଗତ ସପ୍ତାହରୁ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ମୁଖ୍ୟ ରାସ୍ତା କଡର ପାଣି ବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ଆଞ୍ଚଳିକ ସାଧନ କେନ୍ଦ୍ର ପାର୍ଶ୍ୱ ପାଚେରୀ ଦେଇ ସ୍କୁଲ ଭିତରକୁ ପ୍ରବେଶ କରିବା ଯୋଗୁଁ ବିଦ୍ୟାଳୟ ପରିସର ସମେତ ଶ୍ରେଣୀ ଗୃହ, ବାରଣ୍ଡା ଓ ରୋଷେଇ ଗୃହ ମଧ୍ୟରେ ଆଣ୍ଠୁଏ ପାଣି ପଶି ଯିବାରୁ ବିଦ୍ୟାଳୟରେ ପାଠ୍ୟଦାନ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଥିବା ଦେଖିବାକୁ ମିଳୁଛି । ଗତ ସପ୍ତାହର ଲଘୁଚାପ ବର୍ଷାରେ ପାଣି ପଶି ନଥିଲା । ହେଲେ ଗତ ଗୁରୁବାର ଠାରୁ ଯେଉଁ ଲଘୁଚାପ ଜନିତ ବର୍ଷା ହେଉଛି ମୁଖ୍ୟ ରାଜ୍ୟ ରାଜପଥ କଡରେ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ସ୍କୁଲ ପାଚେରୀ କାନ୍ଥ ତଳ ପଟୁ ମଇଳା, ଅସନା ବର୍ଷା ପାଣି ବିଦ୍ୟାଳୟ ଭିତରକୁ ପଶି ଆସୁଥିବା ଜଣାପଡିଛି । ସ୍କୁଲ ପଛପାଖ ଆଞ୍ଚଳିକ ସାଧନ କେନ୍ଦ୍ର ସମ୍ମୁଖରେ ଅଣ୍ଟାଏ ପାଣି ଜମା ହୋଇଥିବା ବେଳେ ବିଦ୍ୟାଳୟ ଶ୍ରେଣୀ ଗୃହ ଗୁଡିକ ଓ ବାରଣ୍ଡାରେ ମଧ୍ୟ ଆଣ୍ଠୁଏ ପାଣି ଜମା ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

Udyog Nursery
Udyogi Nursery

୨୪/୨/୧୮୮୯ ମସିହାରେ ସ୍ଥାପିତ ହୋଇଥିବା ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ୧୩୦ ବର୍ଷ ପୁରୁଣା । ଏହା ରାସ୍ତାରୁ ତଳିଆ ଭାବରେ ରହିଥିବାରୁ ଏବଂ ରାସ୍ତା କଡରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ଦେଖା ଦେଉଥିବା ଅଭିଭାବକ ମହଲରେ ଆଲୋଚନା ହେଉଛି । ଗତ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ରାତିରେ ବିଦ୍ୟାଳୟ ମଧ୍ୟକୁ ବର୍ଷା ଜଳ ପଶି ଆସିଥିବା ବେଳେ ଶିକ୍ଷକମାନେ ବିଦ୍ୟାଳୟର ଏଭଳି ଦୁରାବସ୍ଥା ଦେଖି ଅନ୍ୟଏକ ସ୍ଥାନରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରି ଖାଇବାକୁ ଦେଇ ଶନିବାର ସକାଳ ୯ ଘଣ୍ଟା ସମୟରେ ସ୍କୁଲ ଛୁଟି କରି ଦେଇଥିଲେ ବୋଲି ପ୍ରଧାନ ଶିକ୍ଷକ ନିର୍ମଳ ବାରିକ ମତବ୍ୟକ୍ତ କରିଛନ୍ତି । ଗତ ଦୁଇଦିନ ତଳେ ବିଶେଷ ପାଣି ପଶି ନଥିଲା । ଆଜି (ଶନିବାର) ସ୍କୁଲ ପରିସରରେ ଅଣ୍ଟାଏ ପାଣି ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳୁଛି । ବିଦ୍ୟାଳୟର ଏଭଳି ଶୋଚନୀୟ ପରିସ୍ଥିତି ଦେଖି ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇବା ସହିତ ନର୍ଲା ସରପଞ୍ଚଙ୍କୁ ବିଦ୍ୟାଳୟର ଜଳବନ୍ଦୀ ପରିସ୍ଥିତି ଉପରେ ଅବଗତ କରାଇଥିଲେ ପ୍ରଧାନ ଶିକ୍ଷକ । ଶୁକ୍ରବାର ଦିନ ସ୍କୁଲରେ ପାଣି ପଶିଥିବା ଖବର ପାଇ ନର୍ଲା ସରପ ବର୍ଷାଟିକେ କମିଗଲେ ଏହାର ବିଧିବଦ୍ଧ ବ୍ୟବସ୍ଥା କରିବେ, ଆବଶ୍ୟକ ସ୍ଥଳେ ମୁରୁମ ପକାଇ ପାଣି ଆସିବା ରାସ୍ତାକୁ ବନ୍ଦ କରି ଉଚ୍ଚା କରାଯିବ ବୋଲି ବୋଲି ନର୍ଲା ସରପଞ୍ଚ ମତବ୍ୟକ୍ତ କରିଛନ୍ତି । ହେଲେ ଦେଖାଯାଉ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଜଳବନ୍ଦୀ ସ୍ଥିତିରେ କେବେ ସୁଧାର ଆସୁଛି?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.