ସତୀଘାଟ ନଦୀରେ ଭାସିଯାଇ ଯୁବତୀ ମୃତ

ଓଡ଼ିଆ ବାର୍ତ୍ତା/ ଝରିଗାଁ: ଲଗାଣ ବର୍ଷା ନବରଙ୍ଗପୁର ଜିଲ୍ଲାରେ ତାଣ୍ଡବ ରଚିଛି। ନଦୀ, ନାଳ ଗୁଡିକରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ ବାସ ନଷ୍ଟ ହେବାସହ କେଉଁଠି ଘର ଭିତରକୁ ପାଣି ପଶି ଯାଉଛିତ କେଉଁଠି ଘର ଭୁଶୁଡ଼ି ପଡୁଛି। ଏମିତି ସ୍ଥିତିରେ ଝରିଗାଁ ବ୍ଲକ ଚଚା ପଂଚାୟତ ଅନର୍ଗତ ଗବାଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ଏହି ଗାଁ ଜାନୀ ସାହିର ଜଣେ ଯୁବତୀ ମଜୁରୀ କାମ ସାରି ଘରକୁ ଫେରିବା ସମୟରେ ସତୀଘାଟ ନଦୀ ପାରି ହେଉଥିବା ବେଳେ ଭାସି ଯାଇ ମୃତ୍ୟୁ ମୁଖରେ ପଡିଥିବା ସୂଚନା ମିଳିଛି। ଯୁବତୀ ଜଣକ ମନସାଇ ଜାନୀଙ୍କ ଝିଅ ଏବଂ ଗୋବର ଜାନୀଙ୍କ ଭଉଣୀ ତୁଲାବତୀ ଜାନୀ(୨୦) ବୋଲି ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତକାଲି ସକାଳୁ ସତୀଘାଟ ନଦୀରେ ପାଣି କମ ଥିବାରୁ ସେ ନଦୀ ପାରହୋଇ ମଜୁରୀ କାମ କରିବା ପାଇଁ ଯାଇଥିଲେ। ତେବେ ସନ୍ଧ୍ୟାରେ ନଦୀର ଜଳଶ୍ରୋତ ବଢି ଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ନଦୀରେ ପାଣି ଅଧିକ ଥିବାରୁ ତୁଲାବତୀ ପାରି ହେଉଥିବା ସମୟରେ ଭାସି ଯାଇଥିଲେ। ତୁଲାବତୀ ଘରକୁ ଆସିବାର ବିଳମ୍ବ ହେବାରୁ ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ। କିନ୍ତୁ ପାଇନଥିଲେ। ତେବେ ଆଜି ସକାଳୁ ନଦୀରେ ଭାସି ଯାଇଥିବା ସନ୍ଦେହ କରି ନଦୀ କୂଳରେ ଖୋଜା ଖୋଜି କରିଥିଲେ। ଶେଷରେ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏକ ଅମରୀ ଲଟା ବୁଦାରେ ତୁଲାବତୀଙ୍କ ମର ଶରୀର ଦେଖିବାକୁ ପାଇଥିଲେ।

Udyog Nursery
Udyogi Nursery

ପରେ ପରିବାର ଲୋକେ ଝରିଗାଁ ଅଗ୍ନିଶମ ବିଭାଗ ଓ ଝରିଗାଁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଝରିଗାଁ ଅଗ୍ନିଶମ ବିଭାଗ ତରଫରୁ ହାବିଲଦାର ଭୋଳାନାଥ ମାଝୀ, ନୃପରାଜ ଶବର, ପ୍ରଶାନ୍ତ ସାହୁ, ସୁରଥ ଜାନୀ, ମଣିଲାଲ ବାଛଡ଼, ଧନୁର୍ଦ୍ଧର ରାଉତ, ଅଜିତ କୁମାର ଭୋଇ, ବ୍ଲକ୍ ଅଧ୍ଯକ୍ଷ ଦୂର୍ଗା ପ୍ରସାଦ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତୁଲାବତୀଙ୍କ ମର ଶରୀର ଉଦ୍ଧାର କରିଥିଲେ। ସେହିପରି ଝରିଗାଁ ପୋଲିସ ତରଫରୁ ଏ.ଏସ୍.ଆଇ ଆଶୋକ ପାଳ ସହ ଏକ ଟିମ୍ ପହଂଚି ଶବଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଲିଛି। ତେବେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.