ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଆଧାରରେ ସକାଳୁ ସକାଳୁ ବାପା ବାଞ୍ଛା ମଲିକ, ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ନିକଟସ୍ଥ ଜଂଗଲକୁ ଶିଆଳି ପତ୍ର ତୋଳିବା ପାଇଁ ଯାଇଥିବାବେଳେ ଜଂଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ସ୍ତ୍ରୀ ବୁଡାଳି ମଲିକର ମୃତ୍ୟୁ ଘଟିଥିଲା। ଏମାନଙ୍କ ଘର ବାଟଗୁଡ଼ା ନିକଟ ଟଂଗମ ଗ୍ରାମରେ। ଆହତ ବାପ ଓ ଝିଅଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତରଖାନାରେ ଭର୍ତି କରାଯାଇଛି। ଖବର ପାଇ ତୁମୁଡିବଂଧ ରେଂଜର ଲଳିତ ନାୟକ, ବାଟାଗୁଡା ସରପଂଚ ପ୍ରତାପ ମଲିକ ପହଂଚି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.