ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ବାମୀ ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ପକ୍ଷରୁ ମାସିକ ଇ-ପାଠଚକ୍ର ‘ସ୍ବାଭିମାନର କଳାହାଣ୍ଡି’ ଆୟୋଜିତ ହୋଇଯାଇଛି। ବିଂଶତମ ପାଠ ଚକ୍ରର ବିଷୟ ଥିଲା “ରାଜନୈତିକ ଇଛାଶକ୍ତି ଓ ସାମାଜିକ ନ୍ୟାୟ ଏକ ଅବଲୋକନ”। ଏ ସଂପର୍କରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ସହକାରୀ ପ୍ରଫେସର ଡ. କୈଳାସ ଚନ୍ଦ୍ର ଦାଶ ଯୋଗଦାନ କରି କହିଥିଲେ ବର୍ତ୍ତମାନ ପରିପେକ୍ଷୀରେ ସମାଜରେ ସମତା ଆଣିବାକୁ ହେଲେ ପ୍ରବଳ ରାଜନୈତିକ ଇଛାଶକ୍ତିର ଆବଶ୍ୟକତା ରହିଛି। ଇଂଜିନିୟର ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଆଭାସି କାର୍ଯ୍ୟକ୍ରମରେ ଲିପସା ମହାରଣା ସ୍ବାଗତ ସଂଗୀତ, ଲିପସାମୟୀ ଦୁବେ ବିବେକ ବାଣୀ ପାଠ, ଅଧ୍ୟାପକ ବିଶ୍ବ ରଂଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡା.  ହେମସାଗର ସାହା, ସିମାଞ୍ଚଳ ମିଶ୍ର, ସତ୍ୟନାରାୟଣ ମୁଣ୍ଡଛିନା, ଚିତ୍ତ ରଂଜନ ଖୁଣ୍ଟିଆ, ଭାରତ ଭୂଷଣ ମୁଣ୍ଡଙ୍କ ସମେତ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର କାର୍ଯ୍ୟକର୍ତ୍ତା ତଥା ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲାବେଳେ ମୋହନ ଚରଣ ବିଷି ସଂଯୋଜନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.