ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ମହନୀୟତା: ନିଜସ୍ଵ ଅର୍ଥରେ ମରାମତି କଲେ ଜାଲପଡା ରାସ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତ କିଛି ଦିନ ଧରି ହୋଇଥିବା ପ୍ରବଳ ବର୍ଷାରେ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବହୁତ ଘର ଭୁଷୁଡି ପଡିଥିବା ବେଳେ ରାସ୍ତା ଘାଟ ମଧ୍ୟ ବର୍ଷା ପାଣିରେ ଧୋଇ ହୋଇ ଯାତାୟତ ବିଭିନ୍ନ ହୋଇଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଉଦେଶୃଙ୍ଗ ମୁଖ୍ୟ ସଡକରୁ ଜାଲପଡାକୁ ଯିବା ରାସ୍ତା । ଏହି ରାସ୍ତା ପ୍ରବଳ ବର୍ଷା ଯୋଗୁଁ ପାଣିରେ ଧୋଇ ହୋଇ ଯାଇଥିଲା, ଫଳରେ ଯାନ ବାହାନ ଯାତାୟତ ସମ୍ପୁର୍ଣ୍ଣ ଭାବରେ ଠପ୍ ହୋଇ ପଡ଼ିଥିଲା । ସେହି ରାସ୍ତା ଉପରେ ଭକ୍ତପଡା, ଜାଲପଡା ଓ ବନ୍ଧାଗୁଡାପଡାର ଶହ ଶହ ଲୋକ ନିର୍ଭର କରୁଥିବା ବେଳେ ରାସ୍ତା ଭାଙ୍ଗି ଯାଇଥିବାରୁ ଅଞ୍ଚଳର ଲୋକେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନିକଟରେ ଜଣେଇଥିଲେ । ବ୍ଲକ ଅଧ୍ୟକ୍ଷ ମଧ୍ୟ ତୁରନ୍ତ ଏହି ରାସ୍ତାର ମରାମତି କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ବ୍ଲକ ଅଧ୍ୟକ୍ଷ ନିଜସ୍ୱ ଅର୍ଥରୁ ସେହି ରାସ୍ତାକୁ ମରାମତି କରିଦେଇଛନ୍ତି । ସରକାରୀ ଅର୍ଥରେ କାମ କରିବାକୁ ହେଲେ ଯୋଜନା ମୁତାବକ ଆକ୍ସନ ପ୍ଲାନ ଦେବାକୁ ପଡେ ଏବଂ ଆକ୍ସନ ପ୍ଲାନ ଅନୁମୋଦନ ହୋଇ ଅର୍ଥ ଆସିଲେ କେସ୍ ରେକର୍ଡ ଖୋଲା ହୋଇ କାମ ଆରମ୍ଭ ହୁଏ ଯାହା କି ବହୁତ ବିଳମ୍ବ ହୋଇଥଏ ତେଣୁ ମୁ ନିଜସ୍ୱ ଅର୍ଥରୁ ଗାଁ ଲୋକଙ୍କ ଅସୁବିଧାକୁ ଦେଖି ରାସ୍ତା ମରାମତି କରିଦେଲି ବୋଲି ବ୍ଲକ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ରାସ୍ତା ମରାମତି ପରେ ଏହି ରାସ୍ତା ଦେଇ ଲୋକେ ଯିବା ଆସିବା ଆରମ୍ଭ କରିବା ସହିତ ଗାଡି ମୋଟର ଚଳାଚଳ ଆରମ୍ଭ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଙ୍କ ଏହି କାମକୁ ଦେଖି ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.