କବିତା: ଦେଖା ହୁଏ ଅତୀତ ସହ

✍🏼 ସଦାଶିବ ରାଜଗୁରୁ

ଝରକା ଫାଙ୍କରେ
ଦେଖୁଛି ମୁଁ
ଏକ ଜୀବନକୁ
ମୋ ଜିଦ୍ଦିକୁ
ସହାସ୍ୟ ମୁଖେ
ଭରି ମୋ ଖୁସିକୁ
ମିଛ ରାଗରେ ତାଗିଦର
ନିଷ୍ଫଳ ଅଭିନୟକୁ।

ସମୟଟି ବଦଳିଲା
ବଦଳେ ଯେମିତି
ଶୈଶବ କାଖରୁ ଓହ୍ଲାଇ
ଦଉଡିବା ବେଳେ
କିଶୋର ମନ
ମତାଣିଆ ପ୍ରଜାପତିର
ଡେଣାନେଇ
ଉଡିଗଲି ସେଇ
ଚଷମାର ସାମ୍ନାରେ।

ହସିହସି ଲୋଟିଗଲି
ହାତରେ ରଙ୍ଗିନ
ମୋ ପସନ୍ଦର
ଗୋଲ “ପିଜା”ଟିଏ ପାଇ।

ଚଷମାର ଅଢୁଆଳେ
କୁହୁଡିର ଅନ୍ତରାଳେ
ଜଣେ କହୁଛନ୍ତି
ଅସ୍ପଷ୍ଟ ଅନେକ କିଛି।

ପତଳା ଶ୍ମଶ୍ରୁ ଭରା
ଯୁବକ ସମୟଟି ମୋର
ଶୁଣି ବି ପାରେନା
କହି କିଛି ଚେଷ୍ଟାକରି,
କାହିଁକି କେଜାଣି
ଆଜି କାହାରି
ପରିଚିତ ନିବିଡ଼
ସେନେହକୁ ହୁଏ ଝୁରି।

ରାଣୀଗୁଡା ଫାର୍ମ ୪ର୍ଥ ଲାଇନ୍
ରାୟଗଡା
ମୋ: ୯୩୩୭୨୭୧୬୬୯

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.