ନର୍ଲାରେ ପୁଣି ହାତୀ ଆତଙ୍କ, ହାତୀ ଆକ୍ରମଣରେ ଦୁଇ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେଞ୍ଜ ଓ କେସିଙ୍ଗା ରେଞ୍ଜ ଅଧିନସ୍ଥ କେରାଣ୍ଡିଖୁଣ୍ଟି ଏବଂ ଫଲ୍ସାପଡ଼ା ଗାଁରେ ବୁଧବାର ସକାଳୁ ହାତୀ ପଲଙ୍କ ତାଣ୍ଡବ ଦେଖିବାକୁ ମିଳିଥିଲା । ନର୍ଲା ଅଞ୍ଚଳରେ ଦିନକୁ ଦିନ ହାତୀଙ୍କ ତାଣ୍ଡବ ବଢ଼ିବାରେ ଲାଗିଛି । କେତେବେଳେ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି । ବୁଧବାର ଭୋର ସକାଳୁ ତିନି ଜଣିଆ ହାତୀପଲ ବାଗପୁର, କେରାଣ୍ଡିଖୁଣ୍ଟି, ଫଲ୍ସାପଡ଼ା ଦେଇ କମେ ଗାଁ ଜଙ୍ଗଲ ଆଡ଼କୁ ମୁହାଁଇ ଥିଲେ । ସାମ୍ନାରେ ଯିଏ ପଡ଼ିଲା ତାଙ୍କ ଉପରକୁ ଆତର୍କିତ ଆକ୍ରମଣ କରିଥିଲେ । ଦୁର୍ଭାଗ୍ୟ ବଶତଃ ଦୁଇଜଣ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ବୁଧୁବାର ଭୋର୍ ସକାଳୁ ଦୁଇ ଜଣ ବ୍ୟକ୍ତି ଜଣେ କେରାଣ୍ଡିଖୁଣ୍ଟିର ମହିଳା ଦୀପାଞ୍ଜଳୀ ଭୋଇ (୨୫) ଓ ଆଉଜଣେ ଫଲ୍ସାପଡା ବୁରଡିପଡାର ବୃଦ୍ଧ ହୃଷିକେଶ ସା (୭୫) ହାତୀ ଆକ୍ରମଣର ଶିକାର ହେଇଛନ୍ତି ।ସୁଚନା ଯୋଗ୍ୟଯେ ମହିଳା ଜଣକ ଭୋର ସକାଳୁ ଅଳିଆ ଫିଙ୍ଗିବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ହାତୀ ଆକ୍ରମଣ ର ଶିକାର ହେଇଛନ୍ତି । ଠିକ୍ ସେହିଭଳି ଫଲ୍ସାପଡ଼ା ବୁରଡିପଡ଼ା ଗ୍ରାମର ଜଣେ ବୃଦ୍ଧ ସକାଳ ୬ ଟା ସମୟରେ ନିଜ ବିଲକୁ ଯାଇଥିବା ବେଳେ ସେ ମଧ୍ୟ ହାତୀ ଆକ୍ରମଣର ଶିକାର ହେଇଛନ୍ତି । ଖବର ପାଇ ନର୍ଲା ଫରେଷ୍ଟର ଭବାନୀ ଶଙ୍କର ନାଏକ କେରାଣ୍ଡିଖୁଣ୍ଟି ପହଞ୍ଚି ଆହତ ମହିଳାଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିଥିଲେ । ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ ନର୍ଲା ଡାକ୍ତରଖାନା ନିଆଯାଇଥିଲା । ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିବା ନର୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.