ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ଉଦିୟମାନ ବ୍ୟାଡମିଣ୍ଟନ ଖେଳାଳି ଅର୍ପିତ ପଣ୍ଡା ରାଜ୍ୟ ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ୧୭ ବର୍ଷରୁ କମ ବାଳକ ବିଭାଗ ଏକକ ପ୍ରତିଯୋଗିତାରେ ରନର୍ସ-ଅପ ଓ ଯୁଗଳ ପ୍ରତିଯୋଗିତାରେ ସେମି ଫାଇନାଲିଷ୍ଟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଆସନ ଆଗାମୀ ଦିନରେ ତାଙ୍କର ସଫଳତା ପାଇଁ କାମନା କରିବା ସହିତ ଅଧିକରୁ ଅଧିକ ଖେଳାଳି କିଭକି ଉପଯୁକ୍ତ ପ୍ରଶିକ୍ଷଣ ପାଇବେ, ସେଥି’ପ୍ରତି ଧ୍ୟାନ ଦିଆଯିବ ବୋଲି ସଭାପତି ମତବ୍ୟକ୍ତ କରିଛନ୍ତି।