ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ ପ୍ରସଙ୍ଗ: ୧୧/୦୯ ଭୁବନେଶ୍ୱର ମହାସମାବେଶରେ ଯୋଗଦେବେ ରାୟଗଡ଼ ଜିଲ୍ଲାରୁ ୧୦୦୦ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଛେଦ ଓ ଚୁକ୍ତିଭିତ୍ତିକ କାର୍ଯ୍ୟକାଳ ୬ବର୍ଷକୁ ମୂଳ ଚାକିରୀରେ ଗଣତି ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଏକ ମହାସମାବେଶ ଭୁବନେଶ୍ୱରରେ ଆୟୋଜିତ ହେବ।ଏଥିରେ ସାରା ରାଜ୍ୟ ରୁ ପ୍ରାୟ ୭୦୦୦୦କର୍ମଚାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ, ହାଇସ୍କୁଲ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ଙ୍କୁ ମିଶାଇ ପ୍ରାୟ ୧୦୦୦କର୍ମଚାରୀ ଏହି ସମାବେଶ ରେ ଯୋଗଦେବା ନେଇ ସଂଘ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ ରାଜ୍ୟରୁ ଚୁକ୍ତିଭିତ୍ତିକ ପ୍ରଥା ଉଛେଦ ପାଇଁ ସଙ୍ଘ କର୍ମଚାରୀ ମାନେ ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବେ ଓ କୋୖଣସି ଦିନ ସରକାରୀ କାର୍ଯ୍ୟରେ ଅବହେଳା ନ କରି ବ୍ଲାକ ବ୍ୟାଚ ପରିଧାନ କରି ସରକାରଙ୍କୁ ଦାବି ଜଣେଇଥିଲେ।କିନ୍ତୁ ସରକାର ଏ ଦିଗରେ କୌଣସି ପ୍ରକାର ଆଗ୍ରହ ପ୍ରକାଶ ନ କରିବାରୁ ରାଜ୍ୟ ସଂଘ ନିର୍ଦ୍ଦେଶରେ ଭୁବନେଶ୍ୱର ଏକ ମହାସମାବେଶ କରି ସରକାରଙ୍କୁ ଦାବି ଜଣେଇବେ ବୋଲି ରାୟଗଡ଼ ଶାଖା ସଭାପତି ସ୍ନେହାଶିଷ ପାତ୍ର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୧ ଭୁବନେଶ୍ୱର ଚାଲ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ସଙ୍ଘ କର୍ମଚାରୀଙ୍କ ଦ୍ଵାରା ଗୁଣପୁର ଜଗନ୍ନାଥ ମନ୍ଦିର ଓ ମା ମଝିଘରିଆଣିଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ ଘୋଷଣା କରିବେ ବୋଲି ଆଶା ବାନ୍ଧିଥିବା ନେଇ ପ୍ରେସ ବିବୃତି ଯୋଗେ ସୂଚନା ଦେଇଛନ୍ତି ସଂଘର ସମ୍ପାଦକ ଅଭିଷେକ ଦାସ, ସୁଧାଂଶୁ ପଣ୍ଡା, ଏନ ପ୍ରଦୀପ, ଆଇ ନରେଶ, ଆଦିତ୍ୟ ନାରାୟଣ ସ୍ୱାଇଁ, ଆଶୁତୋଷ ହୋତା, ମୁନା ସାହୁ, ଦିଗନ୍ତ ପ୍ରଧାନ, ବଳରାମ ଭୂୟାଁ, ସଞ୍ଜିତ ପଣ୍ଡା ଓ ଅକ୍ଷୟ ପଣ୍ଡା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.