ବେତାଳୀ ଭୈରବଙ୍କ ବାଲିଯାତ୍ରା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରାଚୀନ ଧର୍ମଧାରା ଓ ଲୋକ ଚେତନାର ଅନନ୍ୟ ପ୍ରତୀକ ବେତାଳ ଭୈରବୀଙ୍କ ବାଲିଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ସ୍ଥିତ ବେତାଳ ଭୈରବଙ୍କ ପୀଠ ଏନେଇ ଉତ୍ସବ ମୁଖର ହୋଇଉଠିଥିଲା । ରାଜା ରାଜୁଡା ଅମଳରୁ ଭାଦ୍ରବ ଦ୍ଵାଦଶୀ ତିଥିରେ ଏହି ଯାତ୍ରା ପାଳିତ ହୋଇଆସୁଛି । ପ୍ରଥମେ ଭୈରବ ମନ୍ଦିରରୁ ବାହାରି ନିକଟସ୍ଥ ନଦୀରୁ ବାଲି କଢାଯାଇଥିଲା । ପରେ ୭ଟି ନୂଆଁ ଚାଙ୍ଗୁଡିରେ ନଦୀରୁ ବାଲି ଆଣି ସେଥିରେ ଗାଁର ସଂଗ୍ରୃହୀତ ବିଭିନ୍ନ ପ୍ରକାରର ଶସ୍ୟ ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବାପାଇଁ ପକାଯାଇଥିଲା। ଗଜା ହୋଇଥିବା ବିହନ ସପ୍ତମ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ଓ କଞ୍ଚା ମାଟିରେ ସେ ଦିନ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଦେବତା । ସପ୍ତମ ଦିନ ନିକଟସ୍ଥ କୁମାରବାରୁ ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଲି ପ୍ରସ୍ତୁତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସପ୍ତମ ଦିନରେ ପାଟଖଣ୍ଡା ଓ ବେତାଳ ଭୈରବ ନିଆଁରେ ତିଆରି ଖନ୍ଦା (ଝାମି)କୁ ତିନି ଥର ପ୍ରଦକ୍ଷିଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦୋଲିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । କାଳୀସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କର ପରିଚୟ ଦେଇଥିଲେ । ଗାଁର ଗୈାନ୍ତିଆ ତଥା ଦେବତାଙ୍କ ମୂଖ୍ୟ ସେବାୟତ ପ୍ରଦିପ ଘଡେ଼ଇ ସମସ୍ତ ଦେବନୀତି ସମୟରେ ଉପସ୍ଥିତ ରହିଥିଲେ । ଯାତ୍ରା ସରିବା ପରେ ମାନସିକ କରିଥିବା ଲୋକଙ୍କ ଦ୍ବାରା ପାରା, କୁକୁଡ଼ା ଓ ଛେଳି ଆଦି ବଳି ଦିଆଯାଇଥିଲା । ବେତାଳ ଭୈରବ ପୂଜକ ନିଳକଣ୍ଠ ପ୍ରଧାନୀ, ପାଟଖଣ୍ଡା ପୂଜକ ଯାଦବ ପ୍ରଧାନୀ, ବାହୁକ ଫାଲଗୁନି ପ୍ରଧାନୀ ଦ୍ବାରା ପୂଜା ସମ୍ପନ୍ନ ହୋଇଥିଲା । ଏହି ବାଲିଯାତ୍ରାକୁ ସଫଳ କରିବା ପାଇଁ ମାଁ ଭୈରବୀ ଯୁବ କେନ୍ଦ୍ର ସଂଘ, ଜୟ ଜଗନ୍ନାଥ ଯୁବକ ସଂଘ ତଥା ବିଶ୍ଵନାଥପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଏଥିରେ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଉପସ୍ଥିତ ରହି ଦେବତାଙ୍କୁ ଦର୍ଶନ କରିଥିଲେ । ବିଧାୟକଙ୍କ ସହ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରଧାନୀ, ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ, ଲାଞ୍ଜିଗଡ଼ ବ୍ଲକ ବିଜେଡ଼ି ମିଡିଆ ସେଲ୍ ସଭାପତି ସନ୍ତୋଷ କୁମାର ତୁଳ, ସମାଜସେବୀ ତରୁଣ କୁମାର ଦାସ, ବନମାଳୀ ମାଝୀ, ବନମାଳୀ ଦଲେଇ, ମୁକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯାତ୍ରାରେ କଳାହାଣ୍ଡି ତଥା ରାୟଗଡ଼ା ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସେହିପରି ଲାଞ୍ଜିଗଡ଼, ବଳଭଦ୍ରପୁର ଓ ବନ୍ଧପାରୀ ଠାରେ ମଧ୍ୟ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.