ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କ ନିକଟରେ ରାଜ୍ୟର ସମସ୍ତ ବ୍ଲକ ଅଧ୍ୟକ୍ଷଙ୍କ ହନିରିୟମକୁ ୫୦ ହଜାର କରିବା ଦାବି କଲେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟର ସମସ୍ତ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କୁ ଭୁବନେଶ୍ବର ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ପ୍ରତିଷ୍ଠାନ ଠାରେ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟରେ ଥିବା ସମସ୍ତ ସରକାରୀ ବିଭାଗ ଗୁଡିକ ବିଷୟ ନିଜର କ୍ଷମତା ଓ ଭୂମିକା ସହିତ ଅନ୍ୟାନ୍ୟ ବିଷୟରେ ତାଲିମ ଦେବା ପାଇଁ ବିଭାଗୀୟ ନିର୍ଦ୍ଦେଶକ ଓ ଯୁଗ୍ମ ସଚିବ ସମୂହ ଆସି ତାଲିମ ଦେଇଥିଲେ । ସମସ୍ତେ ଶାନ୍ତିପୂର୍ଣ୍ଣ ଭାବରେ ତାଲିମ୍ ନେଇଥିଲେ । ତାଲିମ୍ ପରିଶେଷରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଯୁଗ୍ମ ସଚିବ ମନୋଜ କୁମାର ସ୍ବାଇଁ ଉତ୍ତମ ଶାସନ, ୫ଟି ଓ ମୋ ସରକାର ବିଷୟରେ ତାଳିମ ଦେଇଥିବା ବେଳେ ରାଜ୍ୟରେ ୩୧୪ ଜଣ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଅଛନ୍ତି ଓ ସମସ୍ତଙ୍କ ହନିରିୟମ ଭତ୍ତାକୁ ୫୦ ହଜାର କରିବାକୁ କଳାହାଣ୍ଡି ଜିଲା ବ୍ଲକ ଅଧ୍ୟକ୍ଷ ସଂଘ ସଭାପତି ତଥା ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଦାବି କରିଥିଲେ, ଅନ୍ୟ ପକ୍ଷରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆପଣଙ୍କ ଦାବି ପହଞ୍ଚାଇବି ବୋଲି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ମନୋଜ ସ୍ବାଇଁ ତାଲିମ ଗୃହରେ ପ୍ରକାଶ କରିଥିଲେ । ଶ୍ରୀ ମହାନନ୍ଦଙ୍କ ଦାବିକୁ ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ସମୂହ ତାଲି ମାରି ଆମର ଦାବିକୁ ପୂରଣ କରନ୍ତୁ ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.