ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ ସଭାପତିତ୍ୱ କରିଥିବାବେଳେ ଦ୍ୱିତୀୟ ଦିନ ପ୍ରତିଷ୍ଠାନର ଅଧ୍ୟକ୍ଷା ଡ଼. ସ୍ନେହାପ୍ରଭା ମହାପାତ୍ର ସଭାପତିତ୍ୱ କରି କ୍ରୀଡା ଉତ୍ସବର ଉଦଘାଟନ କରିଥିଲେ । ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ ।
ପ୍ରଥମ ଦିନ ପ୍ରତିଷ୍ଠାନର ଗୁରୁ ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ୱାରା ଅନେକ କ୍ରୀଡା ପ୍ରତିଯୋଗିତା ହୋଇଥିବା ବେଳେ ଦ୍ବିତୀୟ ଦିନ ଆରମ୍ଭରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ ସରକାରୀ ପ୍ରାଥମିକ ଶିକ୍ଷକ ଅନୁଷ୍ଠାନ ଧର୍ମଗଡ଼ ଓ ଡିଆଇଇଟି କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚରେ ଧର୍ମଗଡ଼ ପ୍ରାଥମିକ ଶିକ୍ଷକ ଅନୁଷ୍ଠାନ ୯ ଓଭର ୨ ବଲରେ ବିଜୟ ଲାଭ କରିଥିଲେ । ପରେ ଉଭୟ ଅନୁଷ୍ଠାନ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚରେ କଳାହାଣ୍ଡି ପ୍ରତିଷ୍ଠାନ ବିଜୟୀ ହୋଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଧର୍ମଗଡ଼ ଅନୁଷ୍ଠାନର ଅଧ୍ୟକ୍ଷ ରାମଚନ୍ଦ୍ର ବାଗ, ସୁଧାଂଶୁ କୁମାର ପଣ୍ଡା, ସହକାରୀ ଶିକ୍ଷକ ଅଭିଜିତ ମହାନ୍ତିଙ୍କ ସମେତ ୨୩ ଜଣ ଗୁରୁ ଛାତ୍ର ଓ ଛାତ୍ରୀ ଭବାନୀପାଟଣା ଶିକ୍ଷା ପ୍ରଶିକ୍ଷଣରେ ଯୋଗଦେଇଥିଲେ । ଶେଷରେ ପ୍ରତିଷ୍ଠାନର ଅଧ୍ୟକ୍ଷା ଡ଼. ସ୍ନେହପ୍ରଭା ମହାପାତ୍ର ଉଭୟ ଅନୁଷ୍ଠାନର ଗୁରୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ପ୍ରଶିକ୍ଷକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ମମିତା ଦୋରା, ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ଅରୁଣ କୁମାର ଭୋଇ, ନିହାରିକା ଦେବୀ, ବିଜିଲି ଏକ୍କା, ସୁନିତା ଦୁର୍ଗା, ଅଚ୍ୟୁତାନନ୍ଦ ମଲ୍ଲିକ, ସହକାରୀ ଶିକ୍ଷକ ସୁଧାଂଶୁ କୁମାର ପଣ୍ଡା, ଖେଳ ଶିକ୍ଷକ ଅଭିଜିତ ମହାନ୍ତି ଓ ଅନ୍ୟ ସମସ୍ତ କର୍ମକର୍ତା ଯୋଗଦେଇଥିଲେ ।