ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ କେସିଙ୍ଗାରେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ କେସିଙ୍ଗା ଶାଖା ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଏସଡିପିଓ ଅଭିନବ ସୋନକର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଏହି ଗୋଟିଏ ଦିନ ରକ୍ତ ଦାନ ଶିବିରର ଆୟୋଜନ ଆମେରିକା, ଅଷ୍ଟ୍ରିଲେୟା, ସିଙ୍ଗାପୁର ସମେତ ବିଶ୍ଵର ୨୪ ଦେଶରେ ଆୟୋଜିତ ହୋଇଥିଲା ଯାହାର ଲକ୍ଷ୍ୟ ଗୋଟିଏ ଦିନରେ ୩ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିବା । ଏଥି ପାଇଁ ସାରା ବିଶ୍ୱରେ ୨୦୦୦ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି ଓ ଓଡ଼ିଶାର କେସିଙ୍ଗା ସମେତ ୬୫ ଜାଗାରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି ବୋଲି କେସିଙ୍ଗା ତେରାପନ୍ଥ ଯୁବକ ସଂଘ ର ସଭାପତି ରାଜେଶ କୁମାର ଜୈନ ପ୍ରକାଶ କରିଛନ୍ତି ।

ଏହି ଆୟୋଜନରେ ଲାୟନ କ୍ଲବ, ମା ରବାଡି ମହିଳା ସମିତି, ତେରାପନ୍ଥ ମହିଳା ମଣ୍ଡଳ, ଏଚଡିଏଫସି ବେଙ୍କ ସମେତ ୭ ଗୋଟି ସଂସ୍ଥା ସହଯୋଗ ପ୍ରଦାନ କରିଥିଲେ । କେସିଙ୍ଗା ସ୍ବାସ୍ଥ୍ୟ ଅଧିକାରୀ ସୁଭାଷ ବେହେରା ଓ ତାଙ୍କ ଟିମ୍ ଶିବିର ପରିଚାଳନାରେ ସହଯୋଗ କରିଥିଲେ । କେସିଙ୍ଗାରେ ସର୍ବ ମୋଟ ୮୦ ୟୁନିଟ ରକ୍ତ ସଂଗୃହୀତ ହେଇଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.