ବିିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବି

ଡ଼ାକ୍ତରଖାନାରେ ରହିଛି ଅନେକ ସମସ୍ୟା -ପଦ୍ମଲୋଚନ ମିଶ୍ର, ସାଂସଦଙ୍କ ରୋଗୀକଲ୍ୟାଣ ସମିତି ପ୍ରତିନିଧି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଛି ବିଭିନ୍ନ ସମସ୍ୟା । କଳାହାଣ୍ଡି ଜିଲ୍ଲା ମ.ରାମପୁର ଏକ ସୀମାନ୍ତବର୍ତ୍ତୀ ବ୍ଲକ ହେଇଥିବା କାରଣରୁ ଏହି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନର୍ଲା ବ୍ଲକର କିଛି ଅଂଚଳ, କର୍ଲାମୁଣ୍ଡା ବ୍ଲକର କିଛି ଅଂଚଳ ଏପରିକି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର କିଛି ଅଂଚଳର ଲୋକେ ମଧ୍ୟ ନିର୍ଭର କରିଥାନ୍ତି । କିନ୍ତୁ ଏହି ଡ଼ାକ୍ତରଖାନାରେ ଚାରିଜଣ ବିଶେଷଜ୍ଞ ଡ଼ାକ୍ତରଙ୍କର ଆବଶ୍ୟକତା ରହିଥିବାବେଳେ ଜଣେ ହେଲେ ମଧ୍ୟ ବିଶେଷଜ୍ଞ ଡ଼ାକ୍ତର ନ ରହିବା ଘୋର ପରିତାପର ବିଷୟ ବୋଲି କଳାହାଣ୍ଡି ସାଂସଦଙ୍କ ରୋଗୀ କଲ୍ୟାଣ ସମିତି ପ୍ରତିନିଧି ପଦ୍ମ ଲୋଚନ ମିଶ୍ର ପ୍ରକାଶ କରିଛନ୍ତି । ଏଥି ସହିତ ସେ ଆଜି ମ.ରାମପୁରଠାରେ ହେଇଥିବା ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣି ଅବସରରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ସହିତ ଅନ୍ୟାନ୍ୟ ସମସ୍ୟା ନେଇ ଦୃ୍‌ଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ମୁତାବକ,ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ ରହିଥିଲେ ହେଁ ଏହାର ବ୍ୟବହାର ନ ହେଇ ପଡ଼ିରହିଛି । ସେହିଭଳି ଆଖି ଟେକ୍ନସିଅନ ପଦ ଖାଲି ରହିଛି । ବର୍ଷା ଦିନେ ଛାତରୁ ପାଣି ଗଳିବା ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିମଳ ବ୍ୟବସ୍ଥାରେ ଅବହେଳା ହେଉଥିବା ପରିଲକ୍ଷିତ ହେଉଛି । ଏହି ବ୍ଳକର ସୀମାନ୍ତ ଅଂଚଳ ମୋହନଗିରୀରେ ମଧ୍ୟ ଡ଼ାକ୍ତର ଅଭାବ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଠାରେ ସୂଚନାଥାଉ କି,ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷ ବର୍ଷ ଧରି ବିଶେଷଜ୍ଞ ପଦ ଖାଲିକୁ ନେଇ ବିିିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଂଗଠନ ଦାବୀ କରିଆସୁଥିଲେ ହେଁ କିଛି ସୁଫଳ ମିଳୁନଥିବାରୁ ଅଂଚଳବାସୀ କେବଳ ରେଫରାଲ ସେଣ୍ଟର ଭାବରେ ବ୍ୟବହାର ହେଉଚି ବୋଲି କଟାକ୍ଷ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.