ରାମପଡା ଅଙ୍ଗନୱାଡି କେନ୍ଦ୍ରଠାରେ ପୋଷଣ ମାସ ପାଳିତ, ଯୋଗଦେଲେ ଗୋଲାମୁଣ୍ଡା ବିଡିଓ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତ ରାମପଡା ଅଙ୍ଗନୱାଡି କେନ୍ଦ୍ରଠାରେ ପୋଷଣ ମାସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବିଡିଓ ଶ୍ରୀଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, କନିଷ୍ଠ ଯନ୍ତ୍ରୀ ଚିତ୍ତରଂଜନ ଜେନା, ସୁପର ଭାଇଜର ଅଲିଭା ପଟ୍ଟାନାୟକ ପ୍ରମୁଖ ଉପସ୍ଥିତ ରହି ପୋଷଣ ମାସ ପାଳନର ମୁଖ୍ୟ ଭୁମିକା ବିଷୟରେ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ମହିଳାମାନଙ୍କୁ ପ୍ରସୂତି ସମୟରେ, ପ୍ରସୂତି ପରେ କେଉଁ କେଉଁ ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ହୁଏ ଓ ତାହାକୁ କିପରି ପ୍ରସ୍ତୁତ କରାଯିବ ସେ ଉପରେ ବିସ୍ତୃତ ଭାବରେ ବୁଝାଇ ଥିଲେ । ତଥା ଛୋଟ ଛୋଟ ଛୁଆମାନଙ୍କ ଯତ୍ନ କିପରି ନିଆଯିବ ତାଙ୍କୁ କେଉଁ କେଉଁ ଖାଦ୍ୟ ଦିଆଯିବ ସେ ଉପରେ ବୁଝାଇଥିଲେ ।

Udyog Nursery
Udyogi Nursery

ଉକ୍ତ ଅବସରରେ ବିଭିନ୍ନ ପ୍ରକାର ଭିଟାମିନ ଯୁକ୍ତ ପନିପରିବା, ଖାଦ୍ୟ ସାମଗ୍ରୀ ପଦର୍ଶିତ ହୋଇଥିଲା । ଅଞ୍ଚଳର ୩୪ ଜଣ ଅଙ୍ଗନୱାଡି କର୍ମୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.