ଗୁରୁ ଘାସିଦାସ ବାବାଙ୍କ ୨୬୫ ଅବତରଣ ଦିବସ ଓ ଧ୍ୱଜାରୋହଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି / କୋକସରା/ (ଜଗଦୀଶ ନାଏକ/ ହିରଣ୍ୟ ବେହେରା): କୋକସରା ବ୍ଲକ ଧନସରା ଠାରେ ସତନାମୀ ସମାଜ ପକ୍ଷରୁ ଗୁରୁ ଘାସିଦାସ ବାବାଙ୍କ ୨୬୫ ଅବତରଣ ଦିବସ ଓ ସତନାମ ବାର୍ଷିକ ଦଶହରା, ସତ୍ୟ ସ୍ତମ୍ବରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ସାମୁହିକ କଳଶ ଯାତ୍ରା କରାଯାଇଥିଲା ପରେ ସତ୍ୟ ସ୍ତମ୍ଭରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଓ ମଙ୍ଗଳପନ୍ଥି ନୃତ୍ୟ, ଆଳତି କାର୍ଯ୍ୟକ୍ରମ ରହିଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଛତିଶଗଡ ଓ ବିଭିନ୍ନ ସ୍ଥାନରୁ ଶହଶହ ସଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା ।

ଏହି ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ପରିବେଶଣ ଓ ଘୁମୁରା ପ୍ରତିଯୋଗୀତା ହୋଇଥିଲା । କ୍ରାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇଥିଲେ । ସମ୍ମାନିତ ଅତିଥି କଳାହାଣ୍ଡି ସତନାମୀ ସେବା ସଂଘ ସଭାପତି ପଦ୍ମଲାଲ ସତନାମୀ, କଳାହାଣ୍ଡି ସତନାମୀ ସେବା ସଂଘ କୂଳପତି ଧରମ ସାଗର, କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳୀ ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ଚିନ୍ତାମଣି ସତନାମୀ ପ୍ରମୂଖ ଯୋଗଦେଇଥିଲେ । ଘମୁରା ପ୍ରତି ଯୋଗୀତାରେ ୯ଗୋଟି ଘୁମୁରା ଦଳ ଯୋଗଦେଇଥିଲେ । ଏଥିରେ ମା’ ଲଙ୍କେଶ୍ୱରୀ କଳା ପରିଷଦ ଅନ୍ତର୍ଲା ଘୁମରା ଦଳ ପ୍ରଥମ ପୁରସ୍କାର ପାଇଥିଲେ । ଦ୍ୱିତୀୟ ପୁରସ୍କାର ମା’ ଠାକୁରାଣୀ କଳାପରିଷଦ ପଦ୍ମପୁର ଓ ତୃତୀୟ ପୁରସ୍କାର ମା’ ଠାକୁରାଣୀ କଳାପରିଷଦ ବାନେର ଘୁମୁରା ଦଳ ପାଇଥିଲେ ।

କର୍ଯ୍ୟକ୍ରମକୁ ଅଧ୍ୟାପକ ଶଙ୍କର ସତନାମୀ ଓ ଜଗତରାମ ସତନାମୀ ପରିଚାଳନା କରିଥିଲେ । ପୁଜା କମିଟି ସଭାପତି କେଶରୀ ସତନାମୀ, ସମ୍ପାଦକ ମୋତିଲାଲ ସତନାମୀ, ବଲରାମ ସତନାମୀ, ଲିଙ୍ଗରାଜ ସତନାମୀ, ପଦ୍ମ କିଶୋର ସତନାମୀ, ଆତ୍ମାରାମ ସତନାମୀ. ପ୍ରମାନନ୍ଦ ସତନାମୀ, ରାଜ କୁମାର ସତନାମୀ ସମେତ ଧନସରା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.