କେଗାଁଠାରେ ମାଁ ଦୁଆରଶିନୀ ମହିଳା ଉତ୍ପାଦକ କମ୍ପାନୀ ଲିମିଟେଡର ବାର୍ଷିକ ସାଧାରଣ ସଭା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରେ ମାଁ ଦୁଆରଶିନୀ ମହିଳା ଉତ୍ପାଦକ କମ୍ପାନୀ ଲିମିଟେଡର ବାର୍ଷିକ ସାଧାରଣ ସଭା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏ.ଜି.ଏସ.ଏ. ଏନଜିଓର ପ୍ରୋଜେକ୍ଟ ମ୍ୟାନେଜର ଏମ.ଡି. ପ୍ରଫୁଲ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ଦୁଆରଶିନୀ ମହିଳା ଉତ୍ପାଦକ କମ୍ପାନୀ ଲିମିଟେଡର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଉତ୍ସାହିତ କରିବା ସହିତ କମ୍ପାନୀ କିପରି ଆଗକୁ ଯାଇ ପାରିବ ସେ ଉପରେ ଦିଗଦର୍ଶନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ କମ୍ପାନୀ ବୋର୍ଡ ଅଫ ଡାଇରେକ୍ଟର ପରମେଶ୍ୱରୀ ନାଏକ, ବିଜୟ ବେହେରା, ସୁଧିର ଭୋଇ, ତନୟା ଦାସ, ଦମୟନ୍ତି ଭୋଇ, ଲକ୍ଷ୍ମୀପ୍ରିୟା ପୁଟେଲ, ପୁଷ୍ପାଞ୍ଜଳୀ ସାହୁ, ଗୀତାଞ୍ଜଳୀ ବନ୍ଦିଛୋଡ, ସରୋଜିନି ସାହୁ ପ୍ରମୁଖଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ କମ୍ପାନୀ ଗତ ଅର୍ଥିକ ବର୍ଷର ଆୟ ବ୍ୟୟ ହିସାବ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.