ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମଠାରେ ୧୭ ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ଫୁଟବଲ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ବିଇଓ ନବ କିଶୋର ସାହୁ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ନୋଡାଲ ହାଇସ୍କୁଲ ପ୍ରଶାନ ଶିକ୍ଷକ ଶାନ୍ତନୁ କୁମାର ମୁଣ୍ଡ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ବ୍ଲକ ଶାରିରୀକ ଶିକ୍ଷା ସଂଘର ସଭାପତି ଅଶୋକ କୁମାର ଭୋଇ, ସଂପାଦକ ଦିଲ୍ଲିପ କୁମାର ପଣ୍ଡା, ନନ୍ଦ କିଶୋର ମାଝୀ, ଉମାଶଙ୍କର ବାଗ, ମନୋଜ କୁମାର ଅଗସ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ଖେଳ ପ୍ରତି ଉତ୍ସାହିତ କରିଥିଲେ ।
ଉକ୍ତ ଫୁଟବଲ ପ୍ରତିଯୋଗିତାକୁ ଖେଳ ଶିକ୍ଷକ ବଂଶିଧର ଅଘ୍ରିଆ ପରିଚାଳନା କରିଥିଲେ । ଆଜିର ଏହି ପ୍ରତିଯୋଗୀତାରେ ୨୫ଟି ହାଇସ୍କୁଲରୁ ୭୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚୟନ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ମାସ ୧୧ ତାରିଖ ଦିନ ଭାବନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଖେଳିବେ ବୋଲି ଜଣାପଡିଛି ।