କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଆନୁକୂଲ୍ୟରେ ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଅଛି । ସଂଘର ସଭାପତି ତୁଳାଚନ୍ଦ୍ର ପୋଡ ସଭାର ସଭାପତିତ୍ବ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ‌। ଗାନ୍ଧୀଜୀ ଯେପରି ଅହିଂସାକୁ ଅସ୍ତ୍ର କରି ଭାରତକୁ ସ୍ବାଧୀନ କରିଥିଲେ ସେହିପରି ସମସ୍ତେ ମହାତ୍ମାଗାନ୍ଧୀଙ୍କ ପ୍ରେରଣାରେ ପ୍ରେରିତ ହୋଇ ସମାଜର ମଙ୍ଗଳ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ସମସ୍ତେ ମିଶି ଗାଁ ଦାଣ୍ଡ, ନଳକୂପ ଗୁଡିକୁ ସଫା କରିବା ସହିତ ଲୋକମାନଙ୍କୁ ସଚେତନ କରିଥିଲେ । ଶେଷରେ ସଂଘର ସଂପାଦକ ଲିଙ୍ଗରାଜ ପୋଡ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ସାସ୍କୃତିକ ସଂପାଦକ ନିରଞ୍ଜନ ସଗ୍ରିଆ, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଢ, କ୍ରିଡ଼ା ସଂପାଦକ ଛତ୍ରପତି ଛତ୍ରିଆ , ସାସ୍କୃତିକ ସଂପାଦକ ସୁରୁ ପୋଡ, ଅଲ ଓଡିଶା ଡ୍ରାଇଭର ମହାସଂଘ ଜୁରାବନ୍ଧ ଗ୍ରାମ ପଞ୍ଚାୟତ ସଭାପତି ଦୁଷ୍ମନ୍ତ ପୋଡ, ସେନ ପୋଡ, ଳୟରାମ ଛତ୍ରିଆ, ମହେଶ୍ବର ଛତ୍ରିଆ, ଲୋକେଶ୍ୱର ବଛା, ଗୁଣ ଛତ୍ରିଆ, ଟିକେଶ୍ବର ହଂସ, ପ୍ରସନ୍ନ ଛତ୍ରିଆ, ବିକ୍ରମ ହଂସ, ମୁନ୍ନା ଛତ୍ରିଆଙ୍କ ସମେତ ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.