ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଆମ୍ବେଦକର ଭବନଠାରେ ଆଜି ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ ସମାଜର କୃତିତ୍ବ ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଥମେ ଭଗବାନ ତଥାଗତ ବୁଦ୍ଧଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି ପଞ୍ଚଶିଳ ପଠନ କରାଯାଇଥିଲା । ପରେ ସଭାପତି ଧିମାନ ଧନଞ୍ଜୟ ଦୀପଙ୍କ ଅଧ୍ୟକ୍ଷତାରେ ଗତ ସେପ୍ଟେମ୍ବର ୧୫ରେ କରାଯାଇଥିବା ଗଣବିକ୍ଷୋଭ ଉପରେ ଏକ ଆଳୋଚନା ଚକ୍ର ହେବା ସହିତ ଏହି ସଂକ୍ରାନ୍ତିୟ ସମସ୍ତ କାର୍ଯ୍ୟକ୍ରମ ଉପରେ ସମିକ୍ଷା ହୋଇଥିଲା ।
ପରେ ଦିଲ୍ଲୀ ଶିକ୍ଷା ମଡେଲର ମେଣ୍ଟର ଭାବେ ମନୋନୀତ ହୋଇଥିବା ନବରଙ୍ଗପୁର ଜିଲ୍ଲା କୋଡିଙ୍ଗ କଲେଜର ଅଧ୍ୟାପକ ଧିମାନ ପଞ୍ଚାନନ ଦୁରିଆ, ଏନସିସି କ୍ୟାଡ଼ର ପ୍ରତିଯୋଗିତାରେ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଧିମାନ ରିଙ୍କୁ ସୁନାନୀ ଓ +୨ ବିଜ୍ଞାନ ପରିକ୍ଷାରେ ପଶ୍ଚିମ ଓଡ଼ିଶାର ଟପ୍ପର ହୋଇଥିବା ପ୍ରଗତି କଲେଜର ଛାତ୍ର ଧିମାନ ସୌରଭ କୁମାରଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
ପରିଶେଷରେ ଫେଡେରେସନର ମହାସଚିବ ଧିମାନ ଜତିନ୍ଦ୍ର କରଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ଜଣେ ସୁଦକ୍ଷ ସମାଜ ସୁଧାରକ ଭାବେ ଜଣାଶୁଣା ଥିବା ଧିମାନ ଜତିନ୍ଦ୍ର କରଙ୍କୁ ଫେଡେରେସନର ସମସ୍ତ କର୍ମକର୍ତ୍ତା ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଦିର୍ଘାୟୁ କାମନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଫେଡେରେସନର କାର୍ଯକାରୀ ସଭାପତି ଦିଗାମ୍ବର ଦୂରିଆ, ମହାସଚିବ ଜତିନ୍ଦ୍ର କର, ଆଇନ୍ ବିଭାଗର ମୁଖ୍ୟ ଛବିଲାଲ ନିଆଲ, କୋଷାଧ୍ୟକ୍ଷ ଚୈତନ୍ୟ ବେମାଲ, ଉପଦେଷ୍ଟା ଯୋଗେଶ୍ୱର ସାଗର, ସମ୍ପାଦକ ଜୟପ୍ରକାଶ ଜାଲ, ଜିଲ୍ଲା ଯୁବ ସଭାପତି ତେଜରାଜ ବେହେରା, ତ୍ରିନାଥ ନାଏକ, ବଳରାମ ଦୁର୍ଗା, କଳମପୁର ବ୍ଳକ ଯୁବ ସଭାପତି ମାଧବ ସୁନାନୀ, ଗୋଲାମୁଣ୍ଡା ବ୍ଲକ ଯୁବ ସଭାପତି ସଚ୍ଚିକାନ୍ତ ସୁନାନୀ, ସମ୍ପାଦକ ଲୋଚନ ମଙ୍ଗରାଜ, ଅଭିଜିତ କରଙ୍କ ସମେତ ଅନେକ ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।