ସେବା ସ୍ୱାଧର ଗୃହରେ ଅଜାଦି କା ଅମୃତ ମହୋତ୍ସବର ଉଦଜାପନି ସମାରୋହ

ଓଡ଼ିଆ ବାର୍ତ୍ତା/ ନୟାଗଡ଼: ନୟାଗଡ଼ ଜିଲ୍ଲାର ଅଗ୍ରଗାମୀ ସ୍ବେଛାସେବୀ ଅନୁଷ୍ଠାନ “ସେବା” ପ୍ରାଙ୍ଗଣରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ସଂସ୍ଥା ଦ୍ୱାରା ପରିଚାଳିତ ‘ସେବା ସ୍ୱାଧର ଗୃହ’ ତରଫରୁ ଅଜାଦି କା ଅମୃତ ମହୋତ୍ସବର ଉଦଜାପନି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସେବା ସ୍ୱାଧର ଗୃହର ସମସ୍ତ ଅନ୍ତେବାସୀ ମାନଙ୍କୁ ନେଇ ଏକକ ଅଭିନୟ, ସଙ୍ଗୀତ, ନୃତ୍ୟ ଓ ବକ୍ତୃତା ଅନୁଷ୍ଠିତ ହୋଇଥିଲା । ସମସ୍ତ କୃତି ଅଂଶ ଗ୍ରହଣକାରୀ ମାନଙ୍କୁ ସେବାର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ପୁରସ୍କୃତ କରିଥିଲେ ।

ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେବା ସ୍ୱାଧର ଗୃହର ତତ୍ତ୍ୱାବଧାରିକା ବନିତା ମଲ୍ଲିକ, ପରାମର୍ଶଦାତ୍ରି ସରିତା ଆଚାର୍ଯ୍ୟ, ସେବା ପରିବାର ପରାମର୍ଶ କେନ୍ଦ୍ରର କର୍ମୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସବା ଶେଷରେ ଗାନ୍ଧିଜୀଙ୍କ ଆଦର୍ଶରେ ସମସ୍ତଙ୍କୁ ଅନୁପ୍ରାଣିତ ହେବାପାଇଁ ସଞ୍ଜୟ କୁମାର ସୁବୁଦ୍ଧି ଆହ୍ବାନ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.