ଅନୁସୂଚିତ ଜାତି ଅନ୍ତର୍ଗତ ଭିନ୍ନ ଭିନ୍ନ ଜାତିର ପୁଅ ଝିଅଙ୍କ ବିବାହ କାର୍ଯ୍ୟକ୍ରମ ସମ୍ପାଦନ କଲା ଏଓଏସସିଏଫ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାନବବାଦୀ ବିଚାରଧାରା ଦ୍ଵାରା ପରିଚାଳିତ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ଆଜିକୁ ତିନିବର୍ଷ ହେଲା ବିଭିନ୍ନ କାର୍ଯ୍ୟକରି ଆସୁଅଛି । ତେବେ ଆଜି ଲାଞ୍ଜିଗଡ଼ ବ୍ଲକ ବାତେଲିମା ଗ୍ରାମରେ ଅନୁସୂଚିତ ଜାତି ଅନ୍ତର୍ଗତ ଭିନ୍ନ ଭିନ୍ନ ଜାତିର ଝିଅ ଓ ପୁଅଙ୍କ ବାହାଘର ବିନାଯୌତୁକ, ବିନାହୋମରେ ସମ୍ବିଧାନକୁ ସାକ୍ଷୀରଖି, ଭଗବାନ ବୁଦ୍ଧ, ବାବାସାହେବ ଆମ୍ବେଦକରଙ୍କ ବିଚାରଧାରା ଦ୍ଵାରା ସମ୍ପନ୍ନ ହୋଇଛି । ବତେଲିମା ଗ୍ରାମର ଲିଙ୍ଗରାଜ ଦୁର୍ଗାଙ୍କ ପୁଅ ଟୁକୁ ଦୁର୍ଗା ଓ ଲାଞ୍ଜିଗଡ଼ କଲୋନିପଡାର ସତ୍ୟବାନ ନାଏକଙ୍କ ଝିଅ ପୁଷ୍ପାଞ୍ଜଳୀ ନାଏକଙ୍କୁ ଉଭୟ ପରିବାରର ସହମତି କ୍ରମେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ସଭାପତି ଧିମାନ ଧନଞ୍ଜୟ ଦୀପଙ୍କ ନେତୃତ୍ୱରେ ଉକ୍ତ ବିବାହ କାର୍ଯ୍ୟକ୍ରମକୁ ସାମାଜିକ ମୁଖ୍ୟ ଧିମାନ ଗିରିଜା ବେହେରା ସମ୍ପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଫେଡେରେସନର ମହାସଚିବ ଜତିନ୍ଦ୍ର କର, ଆଇନ୍ ବିଭାଗର ମୁଖ୍ୟ ଛବିଲାଲ ନିଆଲ, ଜିଲ୍ଲା ଯୁବ ସଂଯୋଜକ ତେଜରାଜ ବେହେରା, ସମ୍ପାଦକ ଜୟପ୍ରକାଶ ଜାଲ, ସମ୍ପାଦକ ଶ୍ରୀବତ୍ସ ତାଣ୍ଡି, ଦୟାନିଧି ନିଆଲ, ପୁରୁଷୋତ୍ତମ ପାଣି,କେଦାର ନାଗ, ଉପେନ୍ଦ୍ର ଦ୍ରାବିଡ଼, ଭଗବାନ କରକରିଆ, ଉଦ୍ଧବ କୌଶଲ୍ୟା, ନଲିନି କାନ୍ତ ନାଏକ, ଉପସଭାପତି ହୃଷିକେଶ ନାଏକ, ଲକ୍ଷ୍ମିକାନ୍ତ ନାଏକ, ଲୋକନାଥ ନାଏକ, ପ୍ରେମାନନ୍ଦ ନାଏକ, ନିଲାଞ୍ଚଳ ବିହାରୀ ଦୀପ, ଲମ୍ବୋଦର ନାଏକ, ଖଗେଶ୍ବର ନାଏକ, ନବିନ କୁମାର ନାଏକ ତଥା ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ସହ ସହ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.