ପୋଖରୀରେ ବୁଡି ଜଣେ ମୃତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ସ୍ଥିତ ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି ଯାଇ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡାର ହୋଇଥିବା ବେଳେ ତାଙ୍କ ନା ଗୁମାନ ସିଂ ସାହାଣୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ବନ୍ଧଗଡ଼ ଗାଁରେ ରହୁଥିବା ତାଙ୍କ ଭଉଣୀ ଘରକୁ କୌଣସି କାମରେ ଆସିଥିଲେ । ସେ ତାଙ୍କ ଭିଣୋଇଙ୍କ ସହ ପୋଖରୀକୁ ଗାଧେଇବାକୁ ଯାଇ ବୁଡ଼ିଯାଇ ଥିଲେ । ଖବର ପାଇଁ ସାରଙ୍ଗଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇଘଣ୍ଟା ପରିଶ୍ରମ କଲା ପରେ ପୋଖରୀରୁ ମୃତ ଦେହ ଉଦ୍ଧାର ହୋଇଥିଲା । ଅନ୍ୟପଟେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି ଶବ ଜବତ କରିବା ସହ ଶବର ପଞ୍ଚନାମା କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.